Below header

ରାସ୍ତା ଉପରେ ଥିବା ସବୁ ଧର୍ମସ୍ଥଳୀକୁ କରାଯିବ ଉଚ୍ଛେଦ, ଯୋଗୀ ଆଦିତ୍ୟନାଥଙ୍କ ବଡ଼ ନିଷ୍ପତ୍ତି

ଲକ୍ଷ୍ନୌ :  ରାସ୍ତା ଉପରକୁ ମାଡ଼ିଥିବା ସମସ୍ତ ଧର୍ମସ୍ଥଳୀକୁ ଉଚ୍ଛେଦ କରାଯିବ ବୋଲି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘୋଷଣା କରିଛନ୍ତି । ଗୁରୁବାର ସରକାର ଏ ସମ୍ପର୍କରେ ବିଧିବଦ୍ଧ ନିଷ୍ପତ୍ତି ନେଇଛନ୍ତି । ସମସ୍ତ ଜିଲ୍ଳାପାଳ ଓ କମିଶନରଙ୍କୁ ଏ ନେଇ ଗୃହ ବିଭାଗ ନିର୍ଦ୍ଦେଶ ଦେଇଛି ।

ବେଆଇନ ଭାବେ ନିର୍ମାଣ ହୋଇଥିବା ଅଥବା ରାସ୍ତାକୁ ମାଡ଼ି କରି ରହିଥିବା ସବୁ ଧର୍ମପୀଠଗୁଡ଼ିକୁ ଉଚ୍ଛେଦ କରାଯିବା ନେଇ ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି । ମାର୍ଚ୍ଚ ୧୪ ତାରିଖ ସୁଦ୍ଧା କେତେ ଜବର ଦଖଲ ହୋଇଥିବା ଧର୍ମପୀଠ ଉଚ୍ଛେଦ କରାଯାଇଛି ତା’ର ରିପୋର୍ଟ ଦେବାକୁ କମିଶନର ଓ ଜିଲ୍ଲପାଳଙ୍କୁ ସରକାର ନିର୍ଦ୍ଦେଶ ଦେଇଛନ୍ତି ।

ପ୍ରକାଶଯୋଗ୍ୟ, ଏଥି ପୂର୍ବରୁ ମଧ୍ୟ ଆଲ୍‌ହାବାଦ ହାଇକୋର୍ଟ ସର୍ବସାଧାରଣ ସ୍ଥାନ ଓ ରାସ୍ତାରୁ ଧର୍ମସ୍ଥଳୀ ଉଠାଇବା ନେଇ ୟୁପି ସରକାରଙ୍କୁ ରିପୋର୍ଟ ମାଗିଥିଲେ । ସରକାର ଗୁରୁବାର ଏ ସମ୍ପର୍କରେ ଆବଶ୍ୟକୀୟ ନିଷ୍ପତ୍ତି ନେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.