Below header

ନିର୍ଭୟା ଦୋଷୀଙ୍କୁ ତୁରନ୍ତ ଫାଶୀ ଦେବା ପାଇଁ ଗଙ୍ଗା ଆଳତି କଲେ ପର୍ଯ୍ୟଟକ

ନିର୍ଭୟା ବଳାତ୍କାର ଓ ହତ୍ୟା ମାମଲାର ଦୋଷୀ ମାନଙ୍କୁ ତୁରନ୍ତ ଦଣ୍ଡ ଦେବା ପାଇଁ ଦେଶବାସୀ ଯେମିତି ଚାତକ ପରି ଚାହିଁ ବସିଛନ୍ତି । ଉତ୍ତର ପ୍ରଦେଶ ବାରଣାସୀର ଗଙ୍ଗା ଘାଟରେ କିନ୍ତୁ ଏକ ଭିନ୍ନ ଦୃଶ୍ୟ ସାମ୍ନାକୁ ଆସିଛି । ଏଠାକୁ ଗଙ୍ଗା ଦର୍ଶନ ପାଇଁ ଆସିଥିବା କିଛି ପର୍ଯ୍ୟଟକ ଦୋଷୀ ମାନଙ୍କୁ ଯେମିତି ଶୀଘ୍ର ରୁ ଶୀଘ୍ର ଫାଶୀ ମିଳୁ ସେଥିପାଇଁ ମା’ଗଙ୍ଗାଙ୍କ ନିକଟରେ ମିଳିତ ଭାବେ ପ୍ରାର୍ଥନା କରିଛନ୍ତି । ଏମିତି ଘଟଣା ହୁଏତ ଇତିହାସରେ ପ୍ରଥମ ଥର ପାଇଁ ଘଟିଥିବ ଯେଉଁଥିରେ କାହାକୁ ଫାଶୀ ଦେବା ପାଇଁ ମା’ଗଙ୍ଗାଙ୍କୁ ଆରାଧନା କରାଯାଉଛି ।

ganga alati

ପ୍ରକୃତରେ ମହାରାଷ୍ଟ୍ରରୁ ଆସିଥିବା ହଜାର ହଜାର ପର୍ଯ୍ୟଟକ ଗଙ୍ଗା ନଦୀ କୂଳରେ ନିର୍ଭୟ ଦୋଷୀଙ୍କୁ ଶୀଘ୍ର ଦଣ୍ଡ ଦେବା ଲକ୍ଷରେ ମା’ଙ୍କ ନିକଟରେ ମିଳିତ ଭାବେ ଗୁହାରି କରିଛନ୍ତି । ଗଙ୍ଗା ଆରତୀ ପରେ ସେମାନେ ବିଶ୍ୱନାଥଙ୍କ ଦର୍ଶନ ଶେଷ କରି ଗଙ୍ଗା ମାତାଙ୍କ ପୂଜା କରିଥାନ୍ତି । କିନ୍ତୁ ଏହିବର୍ଷ ଏହି ଦଳ ନିଜ ଯାତ୍ରାକୁ ନିର୍ଭୟାଙ୍କ ନାଁ ରେ ସମର୍ପଣ କରିଥିଲେ । ବାରଣାସୀର ଦଶ୍ୱାସମେଧ ଘାଟରେ ପହଁଚିଥିବା ଏହି ଦଳ ନିଜ ନିଜ ହାତରେ ପୋଷ୍ଟର ଧରି ମା’ଗଙ୍ଗାଙ୍କ ପୂଜା କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.