Below header

ଚତୁର୍ଥ ଟି-୨୦ : ହାମିଲଟନ୍‌ର ରୋମାଞ୍ଚ େଓ୍ଵଲିଂଟନ୍‌ରେ, ପୁଣି ସୁପର ଓଭର୍‌ରେ ନ୍ୟୁଜିଲାଣ୍ଡକୁ ହରାଇଲା ଭାରତ

େଓ୍ଵଲିଂଟନ୍‌ : ଭାରତ ଓ ନ୍ୟୁଜିଲାଣ୍ଡ ଟି-୨୦ ସିରିଜ୍‌ରେ ପୁଣି ଏକ ରୋମାଞ୍ଚ ଭରା ମ୍ୟାଚ୍‌। ତୃତୀୟ ମ୍ୟାଚ୍‌ ଭଳି ଚତୁର୍ଥ ମ୍ୟାଚ୍‌ ବି ସୁପର ଓଭର୍‌ରେ ଫଇସଲା ହେଲା । ସୁପର ଓଭର୍‌ରେ ନ୍ୟୁଜିଲାଣ୍ଡ ୧୩ ରନ୍‌ କରିଥିଲା । ଜବାବ ଦେବାକୁ ଆସିଥିଲେ କେ.ଏଲ୍‌ ରାହୁଲ ଓ ଅଧିନାୟକ ବିରାଟ କୋହଲି । ପ୍ରଥମ ବଲ୍‌କୁ ରାହୁଲ ଛକା ମାରିଥିଲେ ଏବଂ ଦ୍ୱିତୀୟ ବଲ୍‌ରେ ଚୌକା ମାରିଲେ । ତେବେ ତୃତୀୟ ବଲ୍‌ରେ ଆଉଟ୍‌ ହୋଇଗଲେ । ଚତୁର୍ଥ ବଲ୍‌ର ସାମନା କରିଥିଲେ ବିରାଟ । ସେ ଏଥିରେ ୨ ରନ୍‌ ନେଇଥିଲେ । ଶେଷ ୨ ବଲ୍‌ରେ ୨ ରନ୍‌ ଦରକାର ଥିଲା । ବିରାଟ ଚୌକା ମାରି ଦଳକୁ ଜିତାଇ ଦେଇଥିଲେ । ବର୍ତ୍ତମାନ ୫ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌ରେ ନ୍ୟୁଜିଲାଣ୍ଡ ଠାରୁ ଭାରତ ୪-୦ରେ ଆଗୁଆ ରହିଛି ।
ମ୍ୟାଚ୍‌ର ନିର୍ଦ୍ଧାରିତ ଓଭର୍‌ର ଶେଷ ବଲ୍‌ରେ ଜିତିବା ପାଇଁ ଘରୋଇ ନ୍ୟୁଜିଲାଣ୍ଡକୁ ଦରକାର ଥିଲା ୨ ରନ୍‌ । ହେଲେ ସାଣ୍ଟର ଓ କୁଗଲିଏନ୍‌ ଗୋଟିଏ ରନ୍‌ ନେଇ ଦଳକୁ ୧୬୫ ରନ୍‌ରେ ପହଞ୍ଚାଇବା ପରେ ସାଣ୍ଟନର୍‌ଙ୍କୁ ଓ୍ଵିକେଟ୍‌ କିପର ରାହୁଲ ରନ୍‌ଆଉଟ୍‌ କରି ଦେଇଥିଲେ ।
ପୂର୍ବରୁ ଭାରତ ପ୍ରଥମେ ବ୍ୟାଟିଂ କରି ୮ ଓ୍ଵିକେଟ୍‌ରେ ୧୬୫ ରନ୍‌ କରିଥିଲା । ଦଳ ପକ୍ଷରୁ କେ.ଏଲ୍‌ ରାହୁଲ ୩୯ ରନ୍‌ (୩ ଚୌକା ଓ ୨ ଛକା), ମନୀଷ ପାଣ୍ଡେ ଅପରାଜିତ ରହି ସର୍ବାଧିକ ୫୦ ରନ୍‌ (୩୬ ବଲ୍‌ଏ ୩ ଚୌକା) କରିଥିଲେ । ନ୍ୟୁଜିଲାଣ୍ଡ ତରଫରୁ ଶୋଧି ୩ଟି ଏବଂ ବେନେଟ ୨ଟି ଓ୍ଵିକେଟ୍‌ ଦଖଲ କରିଥିଲେ ।

INDIA WIN-1ପରେ ନ୍ୟୁଜିଲାଣ୍ଡ ଦଳ ଓପ୍ନର ମୁନରୋ ୬୪ (୪୭ ବଲ୍‌ଏ ୬ ଚକା ଓ ୩ ଛକା) ଏବଂ ସିଫେର୍ଟ ୫୭ ରନ୍‌ (୩୯ ବଲ୍‌, ୪ ଚୌକା ଓ ୩ ଛକା) କରିଥିଲେ । ଗତ ମ୍ୟାଚ୍‌ ଭଳି ଏହି ମ୍ୟାଚ୍‌ରେ ମଧ୍ୟ ନ୍ୟୁଜିଲାଣ୍ଡ ଜିତିବାର ସବୁ ସମ୍ଭାବନା ଉଜ୍ଜ୍ୱଳ କରିବା ପରେ ଠିକ୍‌ ଶେଷ ଓଭରରେ ଅଚାନକ ଏହାର ଇନିଂସ୍‌ ଭୁଶୁଡ଼ି ପଡ଼ିଥିଲା । ଶାର୍ଦ୍ଦୁଲ ଠାକୁର ପ୍ରଥମ ବଲ୍‌ରେ ରଜ୍‌ ଟେଲରଙ୍କୁ, ତୃତୀୟ ବଲ୍‌ରେ ଟିମ୍‌ ସିଫେର୍ଟଙ୍କୁ, ପଞ୍ଚମ ବଲ୍‌ରେ ଡାରୀଲ ମିଚଲଙ୍କୁ ଆଉଟ୍‌ କରିବା ପରେ ସାଣ୍ଟନର ଶେଷ ବଲ୍‌ରେ ରନ୍‌ ଆଉଟ୍‌ ହୋଇଥିଲେ ।

ଏହି ମ୍ୟାଚ୍‌ରେ ଭାରତୀୟ ଦଳ ପକ୍ଷରୁ ପରୀକ୍ଷା ନିରୀକ୍ଷା କରାଯାଇଥିଲା । ରୋହିତ ଶର୍ମା, ସାମି ଓ ଜାଡେଜାଙ୍କୁ ବିଶ୍ରାମ ଦିଆଯାଇ ସଞ୍ଜୁ ସାମସନ୍‌, ଓ୍ଵାଶିଂଟନ୍‌ ସୁନ୍ଦର ଏବଂ ନବଦୀପ ସାଇନିଙ୍କୁ ସୁଯୋଗ ଦିଆଯାଇଥିଲା ।

ସ୍କୋର : ଭାରତ-୧୬୫/୮ । ନ୍ୟୁଜିଲାଣ୍ଡ-୧୬୫/୭ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.