Below header

ଲୁଚି କରି କରୁଥିଲେ ଅନ୍ୟତ୍ର ବିବାହ : ଠିକ୍‌ ସମୟରେ ପ୍ରେମିକା ପହଞ୍ଚି କଲେ ଏପରି, ପ୍ରେମିକଙ୍କ ବୁଦ୍ଧି ହେଲା ବଣା

ହାଜିପୁର :  ବୈଶାଳି ଗୋରୈାଲ ଗାଁରେ ଅନୁଷ୍ଠିତ ହେଉଥିବା ଏକ ବିବାହ କାର୍ଯ୍ୟକ୍ରମରେ ଜଣେ ଅଚିହ୍ନା ଜୀନ୍‌ ପିନ୍ଧା ଯୁବତୀଙ୍କୁ ପିଲା ଚୋର ଭାବି ଗାଁ ଲୋକେ ଧୁମ୍‌ ପିଟିଲେ । ମାତ୍ର ପରେ ଯୁବତୀର ଅସଲି ପରିଚୟ ଯାହା ପାଇଲେ ଗାଁ ଲୋକେ ହୋଇଗଲେ ତାଜୁବ୍‌ ।

ଶେଷରେ ଉକ୍ତ ଯୁବତୀକୁ ଗାଁର ଜଣେ ଯୁବକଙ୍କ ସହ ବିବାହ କରିଦେଲେ । ବାସ୍ତବରେ ଘଟଣାଟି ଥିଲା ଏପରି । ପ୍ରେମିକାକୁ ନ କହି ଚୁପଚାପ୍‌ ଅନ୍ୟ ଝିଅ ସହ ବିଭା ହେଉଥିଲେ ପ୍ରେମିକ । ପ୍ରେମିକାଙ୍କ କାନରେ ଏକଥା ବାଜିବାରୁ ସେ ସିଧା ଚାଲିଲେ ବିବାହ ଠିକ୍‌ ହୋଇଥିବା ଝିଅର ଗାଁକୁ ।

ହେଲେ ଝିଅର ଗାଁରେ ପହଞ୍ଚିବା ପରେ ଏକ ଅଘଟଣ ଘଟିଗଲା । ଲୋକେ ଉକ୍ତ ଜିନ୍‌ ପିନ୍ଧା ଝିଅକୁ ପିଲା ଚୋର ଭାବି ଧୁମ୍‌ ପଟିଲେ । ଯେତେବେଳେ ପଞ୍ଚାୟତ ମୁଖିଆଙ୍କ ପାଖକୁ ନେଲେ ସବୁ କଥା ପଲଟି ଯାଇଥିଲା । ବାସ୍ତବରେ ଉକ୍ତ ଝିଅ ପିଲା ଚୋର ନଥିଲେ ।

ଉକ୍ତ ଗ୍ରାମରେ ବିବାହ କରୁଥିବା ଯୁବକଙ୍କର ଥିଲେ ସେ ପ୍ରେମିକା ବା ପୂର୍ବ ପତ୍ନୀ । ଯୁବକ ଜଣକ ପ୍ରେମିକାକୁ ଧୋକା ଦେଇ ଏହି ଗାଁର ଯୁବତୀଙ୍କୁ ବିବାହ କରୁଥିଲେ । ଫଳରେ ପ୍ରେମିକା ସିଧା ଆସି ଯୁବତୀଙ୍କ ପରିବାର ଲୋକଙ୍କୁ ସବୁ କଥା କହିଥିଲେ ।

ଯୁବତୀ ପରିବାର ଓ ଗ୍ରାମବାସୀ ଉକ୍ତ ବିବାହକୁ ଭାଙ୍ଗିବା ସହ ଯୁବକକୁ ଡକାଇ ତା’ର ପ୍ରେମିକା ସହ ଉକ୍ତ ଗାଁ ମନ୍ଦିରରେ ବିବାହ କରାଇଥିଲେ । ପ୍ରକାଶଯୋଗ୍ୟ ଯେ ଉକ୍ତ ଯୁବକ ବିବେକ କୁମାର ବର୍ଷକ ତଳେ ଉକ୍ତ ଯୁବତୀଙ୍କୁ ବିବାହ କରିଥିଲେ ।

ଘର ଲୋକଙ୍କୁ ଲୁଚାଇ ଅନ୍ୟତ୍ର ମଧ୍ୟ ସାଙ୍ଗ ହୋଇ ରହୁଥିଲେ । ହେଲେ ଜୁନ୍‌ ୨୫ ତାରିଖରେ ଅନ୍ୟତ୍ର ବିବାହ କରିବାକୁ ଯାଉଥିଲେ । ପ୍ରେମିକା ଏକଥା ଜାଣିବା ପରେ ଏଭଳି କାଣ୍ଡ ସୃଷ୍ଟି ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.