Below header

ସୁସ୍ଥ ତାଲିକାରେ ଯୋଡି ହେଲେ ଆଉ ୧୮୪ କରୋନା ଆକ୍ରାନ୍ତ

କେନ୍ୟୁଜ୍(ବ୍ୟୁରୋ): ରାଜ୍ୟବାସୀଙ୍କୁ ଖୁସି ଖବର  ଦେଲା ସ୍ବାସ୍ଥ୍ୟ ବିଭାଗ। ଆଉ ୧୮୪ ସୁସ୍ଥ ହୋଇଥିବାର ସୂଚନା ଦେଇଛି ସ୍ବାସ୍ଥ୍ୟ ବିଭାଗ। ଏଥିମଧ୍ୟରୁ  ଗଞ୍ଜାମରୁ ସର୍ବାଧିକ ୪୮ଜଣ ସୁସ୍ଥ ହୋଇଥିବା ବେଳେ ଖୋର୍ଦ୍ଧାରୁ ୪୫, ବାଲେଶ୍ବରରୁ ୩୧, ଗଜପତିରୁ ୧୨, ଭଦ୍ରକରୁ ୧୦,ଜଗତସିଂହପୁରରୁ ୬,ଝାରସୁଗୁଡାରୁ ୬, କେନ୍ଦ୍ରାପଡା ଓ ପୁରୀରୁ ୬ ଜଣ  ଲଖାଏଁ ସୁସ୍ଥ,ସୁନ୍ଦରଗଡ଼ରୁ ୪, ବଲାଙ୍ଗିର ଓ କେନ୍ଦୁଝରରୁ ୩ ଜଣ ଲଖାଏଁ ସୁସ୍ଥ ହୋଇଛନ୍ତି। ସେହିଭଳି  କଟକରୁ ୨ ଜଣ ଓ  ଅନୁଗୁଳ,ଯାଜପୁର,କନ୍ଧମାଳ ଓ ମୟୂରଭଞ୍ଜରୁ ଜଣେ ଲଖାଏଁ କରୋନାରୁ ଆରେଗ୍ୟ ଲାଭ କରିଛନ୍ତି। ଏହି ସୁସ୍ଥଙ୍କୁ ମିଶାଇ ରାଜ୍ୟରେ ୪ ହଜାର ୬୦୬ ଆରୋଗ୍ୟ ଲାଭ କଲେଣି।

ସେପଟେ ଆଜି ରାଜ୍ୟରେ ଆଉ ୧୭୦ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ଯରେ ୬୩୫୦ ଛୁଇଁଲା ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା। ଏହି ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୧୪୩ ଜଣ ଓ ଲୋକାଲ କେସ୍ ୨୭ ଜଣ। ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.