Below header

ସାରା ଦୁନିଆରୁ ନିଜର ସମସ୍ତ ଫିଜିକାଲ ଷ୍ଟୋର ବନ୍ଦ କରିବ ମାଇକ୍ରୋସଫ୍ଟ, ଜାଣନ୍ତୁ କାହିଁକି

ମାଇକ୍ରୋସଫ୍ଟ ଘୋଷଣା କରିଛି ଯେ ସାରା ବିଶ୍ୱରେ ଥିବା ତାର 83 ଟି ଫିଜିକାଲ ଷ୍ଟୋର୍ ବନ୍ଦ କରିବାକୁ ଯାଉଛି । ଯଦିଓ ସେ ତାଙ୍କ ଅନଲାଇନ୍ ଷ୍ଟୋର୍‌ରେ ପୁଞ୍ଜି ବିନିଯୋଗ ଜାରି ରଖିବେ । କମ୍ପାନୀ ଏକ ବିବୃତ୍ତି ଜାରି କରି କହିଛି ଯେ ବର୍ତ୍ତମାନ ଏହାର ଧ୍ୟାନ ଅନଲାଇନ୍ ଷ୍ଟୋର୍‌ ଉପରେ ରହିବ । କମ୍ପାନୀ ରିଟେଲ ଟିମର ଲୋକଙ୍କୁ ସେଲସ ଏବଂ ସପୋର୍ଟର ଟ୍ରେନିଂ ଦେବ ଏବଂ ଗ୍ରାହକଙ୍କୁ ପୂର୍ବ ପରି ସର୍ଭିସ ମିଳିବ । ମାଇକ୍ରୋସଫ୍ଟର ନ୍ୟୁଜଲେଟର କହିଛି ଯେ କେବଳ ଚାରୋଟି ଷ୍ଟୋର ଖୋଲା ରହିବ । ଯେଉଁଥିରେ ବର୍ତ୍ତମାନ ଆଉ ପ୍ରଡକ୍ଟ ବିକ୍ରି ହେବ ନାହିଁ ।

ମାଇକ୍ରୋସଫ୍ଟ କହିଛି ଯେ Microsoft.com, Xbox ଏବଂ Windowsର ମାସିକ ଆକ୍ଟିଭ ୟୁଜର୍ସଙ୍କ ସଂଖ୍ୟା ସାରା ବିଶ୍ଵର 190ଟି ବଜାରରେ 1.2 ବିଲିୟନ ରହିଛି । ଯଦିଓ କମ୍ପାନୀ ଟେକ୍ ଏକ ନ୍ୟୁଜ୍ ୱେବସାଇଟକୁ କହିଛି ଯେ ଏହା ବର୍ତ୍ତମାନ ଏହା କୌଣସି ବି କର୍ମଚାରୀଙ୍କୁ ଛଟେଇ କରିବ ନାହିଁ । ମାଇକ୍ରୋସଫ୍ଟ ଷ୍ଟୋର୍‌ର ଫିଜିକାଲ ଲୋକେସନ ବନ୍ଦ କରାଯିବା କାରଣରୁ ଜୁନ୍ 30, 2020ରେ ଶେଷ ହେବାକୁ ଥିବା ଚଳିତ ତ୍ରୟମାସିକରେ ପ୍ରାୟ 450 ମିଲିୟନ୍ ଡଲାର୍ କିମ୍ବା 0.05 ଡଲାରର ପ୍ରି-ଟ୍ୟାକ୍ସ ଚାର୍ଜ ରେକର୍ଡ କରାଯିବ ।

Microsoft 365 bundles Office and Windows together for businesses ...

ଏହାର ଅନଲାଇନ୍ ବିକ୍ରି କ୍ରମାଗତ ଭାବେ ବୃଦ୍ଧି ପାଉଛି ବୋଲି କମ୍ପାନୀ କହିଛି। କମ୍ପାନୀର ଟିମ୍ ରିଟେଲ ଷ୍ଟୋର୍ ଅପେକ୍ଷା ଭରଚୁଆଲରେ ଗ୍ରାହକଙ୍କୁ ଉତ୍ତମ ସେବା ଯୋଗାଇ ଦେବ । ମାଇକ୍ରୋସଫ୍ଟ କହିଛି ଯେ ଆମେ ଏପରି ଏକ ଟିମ ଗଠନ କରିଛୁ ଯେଉଁଥିରେ ବିଭିନ୍ନ ପ୍ରକାରର ପ୍ରତିଭା ବିଶିଷ୍ଟ ବ୍ୟକ୍ତି ଅଛନ୍ତି ଯେଉଁମାନେ କି ଦୁନିଆର କୌଣସି ବି କୋଣରୁ କାମ କରିପାରିବେ ଏବଂ ଯେକୌଣସି ପରିସ୍ଥିତିରେ ମଧ୍ୟ ସମସ୍ତ ପ୍ରକାର ଗ୍ରାହକଙ୍କୁ ସାହାଯ୍ୟ କରିବାକୁ ଆମ ଟିମ ପ୍ରସ୍ତୁତ । ଆମ ଟିମ 120 ରୁ ଅଧିକ ଭାଷା ଜାଣିଥିବା ଲୋକଙ୍କୁ ନେଇ ଗଠିତ ଓ ପୂର୍ବ ଅପେକ୍ଷା ବର୍ତ୍ତମାନ ଏଠାରେ ଅଧିକ ଶକ୍ତିଶାଳୀ ଏବଂ ଦକ୍ଷ ବ୍ୟକ୍ତି ଅଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.