ଫେସବୁକରେ ଭୁଲ ପୋଷ୍ଟ କରୁଛନ୍ତିକି, ତେବେ ହୋଇଯାନ୍ତୁ ସାବଧାନ ! ଫେସବୁକ ଲଗାଇବ ସଂକେତ

ଫେସବୁକ ତରଫରୁ ସ୍ପଷ୍ଟ କରାଯାଇଛିକି ଏଣିକି କୌଣସି ରାଷ୍ଟ୍ରନେତାଙ୍କ ବିରୋଧରେ ନିୟମ ଉଲ୍ଲଙ୍ଘନକାରୀ ପୋଷ୍ଟ କଲେ, ସେହି ସବୁ ପୋଷ୍ଟ ଉପରେ ଚେତାବନୀ ଲାଗୁ କରାଯିବ । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫଙ୍କ ପୋଷ୍ଟ ସମେତ ଅନ୍ୟ ରାଜନେତାଙ୍କ ବାବଦରେ ଆସୁଥିବା ନିୟମ ଉଲ୍ଲଙ୍ଘନକାରୀ ସମସ୍ତ ପୋଷ୍ଟ ଉପରେ ସଂକେତ ଲାଗୁ କରାଯିବା ସହିତ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କମ୍ପାନୀ ତରଫରୁ ସ୍ପଷ୍ଟ କରାଯାଇଛି । କହିରଖିବା ଉଚିତ ହେବଯେ, ବିଭିନ୍ନ ନକାରାତ୍ମକ ଭାଷଣ ତଥା ବିଭାଜନ ଜଡିତ ମନ୍ତବ୍ୟ ପ୍ରଚାର କରୁଥିବା ଆରୋପରେ “ବେନ ଆଣ୍ଡ ଜେରୀ” ଓ “ଡୋଭ” ପରି କମ୍ପାନୀ ମାନେ ଫେସବୁକରେ ପୋଷ୍ଟ କରାଯାଇଥିବା ବିଜ୍ଞାପନ ଗୁଡିକୁ ବହିଷ୍କାର କରିବା ନେଇ ଘୋଷଣା କରିଥିଲେ ।

face book new one

ଯାହାଦ୍ୱାରା ଫେସବୁକ ସେୟାର ମାତ୍ରା ୮ ପ୍ରତିଶତ ପର୍ଯ୍ୟନ୍ତ ବଢି ଯାଇଥିଲା । ଏମିତିକି କୋକାକୋଲା ପରି କମ୍ପାନୀ ମାନେ ବି ଫେସବୁକକୁ ୩୦ ଦିନ ପାଇଁ ବହିଷ୍କାର କରିବା ନେଇ ଘୋଷଣା କରିଥିଲେ । ଯେବେକି ଫେସବୁକ ସିଇଓ ମାର୍କ ଜୁକରବର୍ଗ ଟ୍ରମ୍ଫଙ୍କ ବାବଦରେ ଜାରି କରାଯାଇଥିବା କିଛି ବିବାଦୀୟ ପୋଷ୍ଟ ଉପରେ ବୟାନ ଦେବାକୁ ମନା କରିଦେଇଥିଲେ । ଏହା ପୂର୍ବରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ କରାଯାଇଥିବା ଏକ ପୋଷ୍ଟରେ ଟ୍ୱିଟର ତରଫରୁ ଚେତାବନୀ ଦିଆଯାଇଥିଲା । ଏବାବଦରେ ଫେସବୁକ ବିରୋଧରେ କୌଣସି ପ୍ରକାର କାର୍ଯ୍ୟନୁଷ୍ଠାନ ନିଆଯାଇନାହିଁ । କିନ୍ତୁ

ନିକଟରେ ଫେସବୁକ ତରଫରୁ ସ୍ପଷ୍ଟ କରାଯାଇଛିକି, ପୂର୍ବ ନିର୍ଦ୍ଧାରିତ ଗାଇଡ଼ ଲାଇନ ଉଲ୍ଲଙ୍ଘନ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏହା ସହ କମ୍ପାନୀର ନୀତି ନିୟମ ଗୁଡିକରେ ବି କିଛି ପରିବର୍ତ୍ତନ ଅଣାଯିବ । ଜୁକରବର୍ଗ ଆହୁରି ମଧ୍ୟ କହିଛନ୍ତିକି, ଲୋକ ମାନଙ୍କର ଫେସବୁକ ପ୍ରତି ଥିବା ଭୁଲ ଧାରଣା ସବୁକୁ ଦୂର କରିବା ପାଇଁ ହିଁ କମ୍ପାନୀ ତରଫରୁ ଏହି ନିଷ୍ପତ୍ତି ନିଆଯାଇଛି । ଏହା ସହ ମନୋବଳ ଭାଙ୍ଗୁଥିବା ବ୍ୟକ୍ତି ବିଶେଷଙ୍କ ବିରୋଧରେ ମଧ୍ୟ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.