କରୋନା ଭାଇରସ ରୋଗୀଙ୍କ ଚିକିତ୍ସା ପାଇଁ କମ୍‌ ମୂଲ୍ୟର ଷ୍ଟେରଏଡ୍‌ ଡେକ୍ସାମେଥାସୋନ୍ ବ୍ୟବହାର କରିବାକୁ ଅନୁମତି ଦେଲେ ସରକାର

କରୋନାଭାଇରସ୍ ରୋଗୀଙ୍କ ଚିକିତ୍ସା ପାଇଁ ମିଥାଇଲପ୍ରେଡନିସୋଲୋନର ବିକଳ୍ପ ଭାବରେ ଷ୍ଟେରଏଡ୍ ଡ୍ରଗ୍ ଡେକ୍ସାମେଥାସୋନ୍ ବ୍ୟବହାର କରିବାକୁ କେନ୍ଦ୍ର ସରକାର ଶନିବାର ଅନୁମତି ଦେଇଛନ୍ତି। ବ୍ରିଟିଶ କ୍ଲିନିକାଲ ପରୀକ୍ଷଣ ପରେ ଏହା ଗୁରୁତର ଅସୁସ୍ଥ ଥିବା କରୋନାଭାଇରସ୍ ରୋଗୀଙ୍କ ଜୀବନ ରକ୍ଷା କରିପାରିବାର କ୍ଷମତା ଥିବା ଜାଣି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଡେକ୍ସାମେଥାସୋନ୍ ଉତ୍ପାଦନରେ ଶୀଘ୍ର ବୃଦ୍ଧି ପାଇଁ ନିର୍ଦେଶ ଦେଇଛି ।

55

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି “କ୍ଲିନିକାଲ୍ ମ୍ୟାନେଜମେଣ୍ଟ ପ୍ରୋଟୋକଲ୍: କୋଭିଡ-୧୯” ଡକ୍ୟୁମେଣ୍ଟରେ କୁହାଯାଇଛି ଯେ, ଆର୍ଥରାଇଟିସ୍ ଭଳି ରୋଗର ପ୍ରଭାବକୁ ହ୍ରାସ କରିବା ସହ ଅମ୍ଳଜାନ ସହାୟତା ଆବଶ୍ୟକ କରୁଥିବା ରୋଗୀ ମଧ୍ୟ ଡେକ୍ସାମେଥାସୋନରେ ବ୍ୟବହାର କରିପାରିବେ । ଏପର୍ଯ୍ୟନ୍ତ ସମଗ୍ର ଦେଶରେ ୪, ୯୦,୪୦୧ ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା କଥା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ତରଫରୁ ସୂଚନା ଦିଆଯାଇଥିଲା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.