Below header

ନାବାଳିକାଙ୍କୁ ଦୁଷ୍କର୍ମ ଓ ହତ୍ୟା ଅଭିଯୋଗ କଲ୍ୟାଣଗଞ୍ଜ ଅଞ୍ଚଳରେ ହିଂସାକାଣ୍ଡ

ପଶ୍ଚିମବଙ୍ଗରେ ସାନି ହିଂସା। ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ଓ ହତ୍ୟା ଅଭିଯୋଗ ଘଟଣାରେ କଲ୍ୟାଣଗଞ୍ଜ ଅଞ୍ଚଳରେ ହିଂସାକାଣ୍ଡ। ସ୍ଥିତି ନିୟନ୍ତ୍ରଣ ପାଇଁ ପୋଲିସକୁ ବଳ ପ୍ରୟୋଗ କରିବାକୁ ପଡ଼ିଥିଲା। ଟିୟରଗ୍ୟାସ ମାଡ଼ କରିଥିଲା ପୋଲିସ । ଘଟଣା ସ୍ଥଳରେ ଅଧିକ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି।

ମୃତ ନାବାଳିକାଙ୍କ ପରିବାର ଲୋକଙ୍କୁ ଭେଟିଛନ୍ତି ପଶ୍ଚିମବଙ୍ଗ ବିଜେପି ସଭାପତି ସୁକାନ୍ତ ମଜୁମଦାର । ଘଟଣାର ତଦନ୍ତ କରିବାରେ ପୋଲିସ ଅକ୍ଷମ ବୋଲି କହିଛନ୍ତି ମଜୁମଦାର। ଉତ୍ତର ଦିନାଜପୁର ଜିଲ୍ଲାର କଲ୍ୟାଣଗଞ୍ଜ ସହରର ଏକ ପୋଖରୀ କୂଳରୁ ଗତକାଲି ନାବାଳିକାଙ୍କ ମୃତଦେହ ଉଦ୍ଧାର ହୋଇଥିଲା।

ଉତ୍ତର ଦିନାଜପୁରରେ ପୁଲିସ ଜଣେ ଦୁଷ୍କର୍ମ ପୀଡ଼ିତାଙ୍କ ମୃତଦେହକୁ ରାସ୍ତାରେ ଘୋଷାଡ଼ି ନେଉଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ସମଗ୍ର ଦେଶରେ ପ୍ରବଳ ପ୍ରତିକ୍ରିୟା ସୃଷ୍ଟି ହୋଇଛି । ଏହାକୁ ନେଇ ସ୍ଥାନୀୟ ଅଂଚଳରେ ହିଂସା ଦେଖାଦେଇଛି । ଏହାକୁ କେନ୍ଦ୍ର କରି ଆଜି ହିଂସାକାଣ୍ଡ ସୃଷ୍ଟି ହୋଇଥିଲା।

ପ୍ରାପ୍ତ ସୂଚନା ଅନୁଯାୟୀ, ନାବାଳିକା ଜଣକ ଗୁରୁବାର ସନ୍ଧ୍ୟାରେ ଟ୍ୟୁସନ୍ ଯିବା ପରେ ନିଖୋଜ ହୋଇଯାଇଥିଲେ। ସମ୍ପର୍କୀୟ ଓ ଗ୍ରାମବାସୀ ବହୁ ଖୋଜାଖୋଜି କରିବା ସତ୍ତ୍ୱେ ରାତି ସାରା ପରିବାର ଲୋକେ ତାଙ୍କୁ ଠାବ କରିପାରିନଥିଲେ। ପରେ ସ୍ଥାନୀୟ ଲୋକେ ପୀଡ଼ିତାଙ୍କ ମୃତଦେହ ଉଦ୍ଧାର କରିଥିଲେ। ଯାହା ପରେ ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.