କାଳୁପଡା ଘାଟ ଜେଟି ନିକଟ ନଳ ଘାସରେ ଭୟଙ୍କର ନିଆଁ, ପବନ ବୋହୁ ଥିବାରୁ ନିଆଁର ପ୍ରକୋପ ବଢିବାରେ ଲାଗିଛି

ପଦରେ ଚିଲିକାରେ ଥିବା ବିରଳ ବନ୍ୟଜନ୍ତୁ ଫିସିଙ୍ଗ୍‌ କ୍ୟାଟ୍‌ । ମାଛ ଧରିବା ଲୋଭରେ ମାଫିଆମାନେ ଲଗାଇ ଦେଉଛନ୍ତି ନିଆଁ । ପବନ ଜୋର୍‌ରେ ବହୁ ଥିବାରୁ ନିଆଁର ପ୍ରକୋପ ବଢିବାରେ ଲାଗିଛି ।ନଳ ବଣ ପୋଡିଯିବା ପରେ ଚିଲିକା କାଦୁଅରେ ଥିବା ସେଉଳ, ମାଗୁର ମାଛ ଧରିବା ପାଇଁ ଏଭଳି ନିଆଁ ଲଗାଇ ଦେଉଛନ୍ତି ମାଫିଆ ।

ଟାଙ୍ଗୀ(କେନ୍ୟୁଜ୍):ଚିଲିକା ନଳ ଘାସରେ ଭୟଙ୍କର ନିଆଁ । ଏକର ଏକର ନଳ ଘାସ ପୋଡି ପାଉଁଶ । ଟାଙ୍ଗି ଥାନା କାଳୁପଡା ଘାଟ ଜେଟି ନିକଟରେ ଏଭଳି ନିଆଁ ଲାଗଛି । ବିପଦରେ ଚିଲିକାରେ ଥିବା ବିରଳ ବନ୍ୟଜନ୍ତୁ ଫିସିଙ୍ଗ୍‌ କ୍ୟାଟ୍‌ । ମାଛ ଧରିବା ଲୋଭରେ ମାଫିଆମାନେ ଲଗାଇ ଦେଉଛନ୍ତି ନିଆଁ । ପବନ ଜୋର୍‌ରେ ବହୁ ଥିବାରୁ ନିଆଁର ପ୍ରକୋପ ବଢିବାରେ ଲାଗିଛି ।

ନଳ ବଣ ପୋଡିଯିବା ପରେ ଚିଲିକା କାଦୁଅରେ ଥିବା ସେଉଳ, ମାଗୁର ମାଛ ଧରିବା ପାଇଁ ଏଭଳି ନିଆଁ ଲଗାଇ ଦେଉଛନ୍ତି ମାଫିଆ । ନିଆଁର ପ୍ରକୋପ ଏତେ ରହୁଛି ଯେ ୧୦୦ ମିଟର ଯାଏ ନିଆଁ ଉପରକୁ ଉଠୁଥିବା ଦେଖିବାକୁ ମିଳିଛି । ଏପର୍ଯ୍ୟନ୍ତ CDAର କୌଣସି ଅଧିକାରୀ ଘଟଣାସ୍ଥଳକୁ ଆସିନଥବା ଜଣାପଡ଼ିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.