Below header

ହାତୀକୁ ପଛପଟୁ ପିଟିଲା ଯୁବକ, ରାଗିଯାଇ ହାତୀ କଲା ଏମିତି କାମ ଯାହା ଦେଖିଲେ ଛାତି ଥରିଯିବ; ଦେଖନ୍ତୁ ଭିଡିଓ

ଜଣେ ବ୍ୟକ୍ତି ଏକ ହାତୀକୁ ପିଟୁଥିବା ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଚର୍ଚ୍ଚାର ଶିରୋନାମାରେ ରହିଛି। ଏଣୁ ଖୁବ୍‌ ଭାଇରାଲ ହେଉଛି। ଭିଡିଓରେ ଜଣେ ବ୍ୟକ୍ତି ହାତୀକୁ ପିଟିବା ପରେ ହାତୀ କ’ଣ କଲା ତାହା ଦେଖିବାକୁ ମିଳିଛି।

ଭିଡିଓରେ ଦେଖିବାକୁ ମିଳିଛି ଯେ ଜଣେ ଯୁବକ ବିନା କାରଣରେ ହାତୀର ପିଠିକୁ ଜୋର୍‌ରେ ପିଟୁଛି। ଦୁଇଥର ମାରିବା ପରେ ହାତୀ ରାଗିଯାଇ ଯୁବକଙ୍କୁ ଆକ୍ରମଣ କରିବାକୁ ତାଙ୍କ ପଛରେ ଗୋଡ଼ାଉଛି। ହାତୀ ଗୋଡ଼ାଉଥିବା ଦେଖି ଯୁବକ ଜଣକ ଭୟଭୀତ ହୋଇ ଏକ ବିଲର ଚାରି କଡ଼ରେ ଜୋର୍‌ରେ ଦୌଡ଼ୁଛି। ହାତୀ ମଧ୍ୟ ଯୁବକର ପଛେ ପଛେ ଗୋଡ଼ାଉଥିବା ଦେଖିବାକୁ ମିଳିଛି।

ଦେଖନ୍ତୁ ଭିଡିଓ:

ଏହି ଭିଡିଓକୁ ଆଇଏଫ୍‌ଏସ୍‌ ସୁଶାନ୍ତ ନନ୍ଦ ଟ୍ଵିଟରେ ସେୟାର କରି କ୍ୟାପସନ୍‌ରେ ଲେଖିଛନ୍ତି ‘ଜଣେ ଦୁର୍ବଳ ଲୋକ ପ୍ରେମ ଦେଖାଇବାରେ ଅସମର୍ଥ ହେଉଛନ୍ତି। ମୁର୍ଖାମୀ କରିବା ପରେ ଦୌଡ଼ି ପଳାଇବାରେ ସମର୍ଥ ହୋଇଛି, ଦୟା କର ଭାଇ’।

ଜାନୁଆରୀ ୨୭ ତାରିଖରେ ସେୟାର କରାଯାଇଥିବା ଏହି ଭିଡିଓକୁ ବର୍ତ୍ତମାନ ପର୍ଯ୍ୟନ୍ତ ୨୦ ହଜାରୁ ଊର୍ଦ୍ଧ୍ୱ ଲୋକ ଦେଖିସାରିଲେଣି। ସୋସିଆଲ ମିଡିଆରେ ଜୀବନମାନଙ୍କୁ ଏମିତି ନିର୍ଦ୍ଦୟ ଭାବେ ପିଟୁଥିବା ବ୍ୟକ୍ତିଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି। ଜଣେ ୟୁଜର ଲେଖିଛନ୍ତି ‘ଦୟା କରି ଜୀବଜନ୍ତୁଙ୍କୁ ଦୟା ଦେଖାନ୍ତୁ। ଯଦି ବଡ଼ମାନେ ଭଲ ପାଇବା ଦେଖାଇବେ ନାହିଁ ତେବେ ଆଗାମୀ ପିଢ଼ି କ’ଣ ଶିକ୍ଷା କରିବେ।’

ସେହିପରି ଆଉ ଜଣେ ୟୁଜର ଲେଖିଛନ୍ତି ‘ହାତୀଙ୍କ ସ୍ମୃତି ଶକ୍ତି ଖୁବ୍‌ ଶକ୍ତିଶାଳୀ। ଏହି ହାତୀ ବି ପିଟୁଥିବା ଯୁବକର ମୁହଁ ମନେ ରଖିଥିବ’।

ସେହିପରି ଆଉ ଜଣେ ଲେଖିଛନ୍ତି ‘ଭିଡିଓରେ ପ୍ରକୃତ ପଶୁ କିଏ?’

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.