ବଗ ଯାଉଛି ‘Uber’ ଗାଡ଼ିରେ, ଯାହାକୁ ଦେଖିଲେ ଆପଣ ବି ହସି ହସି ବେଦମ୍‌ ହେବେ, ନିହାତି ଦେଖନ୍ତୁ ଏହି ମଜାଦାର ଭିଡିଓ

ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ୍‌ ଭାଇରାଲ ହେଉଛି। ଏହା କେବଳ ଭାଇରାଲ ହେଉନି, ବରଂ ଲୋକଙ୍କ ମନକୁ ପୂରା ଛୁଇଁଯାଇଛି। ଭିଡିଓରେ ଦେଖିବାକୁ ମିଳୁଥିବା ଏକ ବଗ ଓ କମ୍ଭୀରର ବନ୍ଧୁତା ଆପଣଙ୍କୁ ଜୟ-ଭୀରୁର ଦୋସ୍ତିକୁ ମନେ ପକାଇଦେବ।

ba44

ଆଇଏଫ୍‌ଏସ୍‌ ଅଫିସର ପ୍ରବୀଣ କାସ୍‌ବାନ ଏହି ଭିଡିଓକୁ ଶେୟାର କରିଛନ୍ତି। ନଦୀରେ ଏକ କୁମ୍ଭୀର ପିଠିରେ ବସି ଏକ ବଗ ଆରାମରେ ଯାତ୍ରା କରୁଛି। ଲୋକେ ଏହି ସୁନ୍ଦର ଦୃଶ୍ୟକୁ ଦେଖି ବେଶ୍‌ ମଜା ନେଉଛନ୍ତି।

ଏହି ଶକିଂ ଭିଡିଓ ସହ କାସ୍‌ବାନ ଲେଖିଛନ୍ତି, ‘କୁଲେଷ୍ଟ UBER Ride, ଯାହା ଜଙ୍ଗଲରେ ଉପଲବ୍ଧ ଅଛି’। ୧୧ ସେକେଣ୍ଡର ଏହି ଭିଡିଓକୁ ୬୩ ହଜାରରୁ ଅଧିକ ଭ୍ୟୁ ମିଳିସାରିଥିବା ବେଳେ ୭ ହଜାର ଲାଇକ୍‌ ଏବଂ ୧ ହଜାରରୁ ଅଧିକ ରିଟୁଇଟ୍‌ ମିଳିଛି।

ଭିଡିଓରେ ଲୋକେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଇଛନ୍ତି। କିଛି ଲୋକ ଏହାକୁ ‘ଖତରୋଁ କେ ଖିଲାଡି’ କହୁଥିବା ବେଳେ ଆଉ କିଏ ‘ଫରାରୀରେ ଯାତ୍ରା’ ବୋଲି କହିଛନ୍ତି। ସେହିପରି ଜଣେ ୟୁଜର ଲେଖିଥିଲେ, ‘ଆଜି କିଛି ଧୂଅାଁଦାର ହୋଇଯାଉ’। ତେବେ ଭିଡିଓ ଦେଖିଲା ପରେ ଲୋକେ ଆଶ୍ଚଯ୍ୟର୍ ହୋଇଯାଉଛନ୍ତି ଯେ କୁମ୍ଭୀର କାହିଁକି ବଗକୁ ଶିକାର କରୁନି? ଅଧିକାଂଶ ଲୋକ ଏହି ପକ୍ଷୀକୁ ସାହସୀ ବୋଲି କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.