Below header

ଆଜି ବି ଜାରି ରହିବ କୁକୁଡା ମରା ଅଭିଯାନ, ଓୟୁଏଟି କୁକୁଡା ଫାର୍ମ ଓ ଏହାର ୧କିଲୋମିଟର ପରିଧି ଭିତର ସ୍ଥାନ ଗୁଡିକରେ ଚାଲୁ ରହିବ କଲିଂ

କେନ୍ୟୁଜ୍(ବ୍ୟୁରୋ): ଆଜି ବି ଜାରି ରହିବ କୁକୁଡା ମରା ଅଭିଯାନ। ଓୟୁଏଟି କୁକୁଡା ଫାର୍ମ ଓ ଏହାର ୧କିଲୋମିଟର ପରିଧି ଭିତରେ ଆସୁଥିବା ଅ଼ଞ୍ଚଳ ଗୁଡିକରେ ଚାଲୁ ରହିବ କଲିଂ। କଲିଂରେ ନିୟୋଜିତ ଅଛନ୍ତି ୧୩ଟି ଟିମ୍‌ । ଓୟୁଏଟିରୁ ୧୦କିଲୋମିଟର ଅଞ୍ଚଳକୁ ନିରୀକ୍ଷଣରେ ରଖାଯାଇଛି । ସେସବୁ ସ୍ଥାନରୁ କୁକୁଡ଼ା ଓ ପକ୍ଷୀଙ୍କ ନମୁନା ସଂଗ୍ରହ କରାଯାଉଛି । ଓୟୁଏଟିରେ ବାର୍ଡ ଫ୍ଲୁ ଜଣାପଡିବା ପରେ ଗତକାଲିଠୁ ଆରମ୍ଭ ହୋଇଛି କୁକୁଡା ମରା ଅଭିଯାନ। ପ୍ରଥମେ ଦୁଇଟି ଟିମ୍‌ ଓୟୁଏଟି କୁକୁଡ଼ା ଗବେଷଣା କେନ୍ଦ୍ରରେ ଥିବା ସବୁ କୁକୁଡ଼ାଙ୍କୁ ମାରିଥିଲେ । ୫ଟି ଟିମ୍‌ ୧ କିଲୋମିଟର ଭିତରେ ଥିବା ମାଂସ ଦୋକାନ ଓ ଅନ୍ୟାନ୍ୟ ଫାର୍ମର କୁକୁଡ଼ାଙ୍କୁ ମାରି ପୋତି ଦେଇଥିଲେ । ସଂକ୍ରମିତ ଆଶଙ୍କା ଥିବା ଅଞ୍ଚଳରେ ପର୍ଯ୍ୟାୟ କ୍ରମେ ଘରକୁ ଘର ବୁଲି କୁକୁଡ଼ା ମରାଯିବ । ଓୟୁଏଟିରୁ ୧୦ କିଲୋମିଟର ପରିଧି ଯାଏଁ ଅଞ୍ଚଳକୁ ନିରୀକ୍ଷଣରେ ରଖାଯାଇଛି । ଏହି ଅଞ୍ଚଳରେ କୁକୁଡ଼ା ଓ ପକ୍ଷୀଙ୍କଠାରୁ ନମୁନା ସଂଗ୍ରହ କରୁଛନ୍ତି ୫ଟି ଟିମ୍‌ । ନିରୀକ୍ଷଣ ଅଞ୍ଚଳରେ ନିୟୋଜିତ ଟିମ୍‌ କୁକୁଡ଼ାଙ୍କ ରକ୍ତ, ଲାଳ ଓ ମଳ ସଂଗ୍ରହ କରି ପରୀକ୍ଷା ପାଇଁ ପଠାଇବେ । ରିପୋର୍ଟ ପଜିଟିଭ୍‌ ଆସିଲେ ସେସବୁ ସ୍ଥାନରେ ଆରମ୍ଭ ହେବ କଲିଂ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.