ଏମିତି ଏକ ମନ୍ଦିର ଯେଉଁଠି ଦେବାଦେବୀ ନୁହେଁ ବରଂ ପୂଜାପାନ୍ତି କବି କାଳିଦାସ, ଏଠାରେ ମାନସିକ କଲେ ନିଶ୍ଚୟ ପୁରଣ ହୁଏ ମନସ୍କାମନା

ସାରା ଦେଶରେ ମନ୍ଦିର ମାନଙ୍କରେ ବିଭିନ୍ନ ଦେବାଦେବୀଙ୍କୁ ପୂଜା କରାଯାଇଥାଏ । କଣ ଆପଣ ଜାଣିଛନ୍ତି କି, ଏମିତି ଏକ ମନ୍ଦିର ରହିଛି ଯେଉଁଠି ଭଗବାନଙ୍କୁ ନୁହେଁ ବରଂ ଜଣେ କବିଙ୍କୁ ମନ୍ଦିରରେ ପୂଜା କରାଯାଇଥାଏ । ସେ ଗ୍ରାମର ଗ୍ରାମ ଦେବତା ଭାବେ କାହିଁ କେଉଁ କାଳରୁ ପୂଜା ପାଉଛନ୍ତି । ତାହା ହେଉଛି କବି କାଳିଦାସ ମନ୍ଦିର । ଯାହା ଦେଖିବାକୁ ମିଳେ କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବବକରପୁର ଗ୍ରାମରେ । ପୁରାଣ ବର୍ଣ୍ଣିତ ନବରତ୍ନଙ୍କ ମଧ୍ୟରେ କବିକାଳିଦାସ ଜଣେ ମହାନ୍ କବି ତଥା ମହାନ୍ ଜ୍ଞାନର ଅଧିକାରୀ ଥିଲେ ।

kalidasଲୋକକଥା ଅନୁସାରେ ରାଜାରାଜୁଡୁ ଅମଳରେ ଗାଁ ପାଖ ମଧୁସାଗର ନଦୀ ପଠାରେ ଜଣେ ଲୋକ ହଳ କରୁଥିବା ସମୟରେ ଲଙ୍ଗଳ ମୁନରେ କିଛି ଗୋଟେ ପଦାର୍ଥ ଲାଗିଥିଲା ଯାହାକୁ ଖୋଲି ଦେଖିବାବେଳକୁ ଏକ ମୂର୍ତି ବାହାରିଥିଲା ।  ଏହି ମୁର୍ତି ଠାବ କରି ସେତବେଳେ ରାଜା ରାଧାଶ୍ୟାମ ନରେନ୍ଦ୍ର ସେଠାରୁ ଆଣି ଠାକରୁଙ୍କ ନାମରେ କିଛି ଜମି ମଧ୍ୟ ଦାନ କରିଥିଲେ । କିଛିଦିନ ଯିବା ପରେ ଉକ୍ତ ଜମିକୁ ଜମିଦାରମାନେ ଅନ୍ୟ ପ୍ରଜାମାନଙ୍କୁ ବିକ୍ରୀ କରିଦେଲେ । ସେବେ ଠାରୁ ବବକରପୁର ଗ୍ରାମରେ ଏକ ଚାଳ ଛପର ଘରେ କବିକାଳିଦାସଙ୍କୁ ରଖାଯାଇ ପୂଜା କରାଯିବା ସହ ତାଙ୍କ ପାଖରେ ଗ୍ରାମଦେବତୀଙ୍କୁ ସ୍ଥାନ ଦେଇ ପୂଜାର୍ଚ୍ଚନା କରାଯାଉଛି ।

kalidas picଗ୍ରାମବାସୀଙ୍କ ଉଦ୍ୟମରେ ୧୯୫୮ ମସିହାରେ ମନ୍ଦିର ନିର୍ମାଣକାର୍ଯ୍ୟ କରାଯାଇ ୧୯୭୬ ମସିହାରେ ଉକ୍ତ ମନ୍ଦିରରେ ଠାକୁରଙ୍କୁ ପୁଜାର୍ଚ୍ଚନା କରାଗଲା । କେନ୍ଦ୍ରାପଡ଼ା ଜିଲ୍ଲା ସଦର ମହକୁମା ଠାର ମାତ୍ର ୧୫କିମି ଦୁର ମହାକାଳପଡ଼ା ବ୍ଲକ ଅଳାଇଲୋ ପଂଚାୟତ ବବକର ପୁର ଗ୍ରାମର ଗ୍ରାମଦେବତା କବି କାଳିଦାସ । କାହିଁ କେଉଁ  କାଳରୁ ଏଠାରେ ପୂଜା ପାଇ ଆସୁଛନ୍ତି । ଏକ ସୁନ୍ଦର ପରିବେଶ ସହ ଗ୍ରାମ ମଧ୍ୟରେ ମନ୍ଦରିରେ କବି କାଳିଦାସଙ୍କ ପଥର ମୂର୍ତି ପୂଜା କରାଯାଇଥାଏ । ଗ୍ରାମବାସୀଙ୍କ ସହ ଅଂଚଳବାସୀଙ୍କର ଅଗାଢ ବିଶ୍ୱାସ ରହିଛି ଏହି ଠାକରୁଙ୍କ ଉପରେ । ଯିଏ ଯାହା ମନାସିଛି ତା ମନସ୍କାମନା ନିଶ୍ଚୟ ପୁରଣ ହୋଇଛି ବୋଲି କହିଥାନ୍ତି ଗ୍ରାମର ପୁରୁଖା ଲୋକମାନେ ।

ଗ୍ରାମବାସୀଙ୍କ ଦ୍ୱାରା ଏହି ମନ୍ଦିରରେ ୧୨ ମାସରେ ତେର ପ୍ରକାର ପୂଜାପର୍ବ କରାଯାଇଥାଏ । ଗ୍ରାମବାସୀଙ୍କ ଉଦ୍ୟମରେ ଏଠାରେ ଏକ କବି କାଳିଦାସ ପାଠାଗାର ସ୍ଥାପନ ହୋଇ ୨ ହଜାରରୁ ଉର୍ଧ୍ଵ ବହି ଏଠାରେ ଅଛି । ଏଠାକ ଆସିବାକୁ ହେଲେ କେନ୍ଦ୍ରାପଡ଼ା ସହରରୁ ବସ୍ ଓ  ଅନ୍ୟ ଗାଡ଼ିର ଯଥେଷ୍ଟ ସୁବିଧା ରହିଛି । କେବଳ କେନ୍ଦ୍ରାପଡ଼ା ଜିଲ୍ଲା ନୁହେଁ ରାଜ୍ୟ ତଥା ରାଜ୍ୟ ବାହାରୁ ଏଠାକୁ ଲୋକମାନେ ଆସିଥାନ୍ତି କାଳିଦାସଙ୍କ ଦର୍ଶନ ପାଇଁ ।

kalidassଗ୍ରାମ ମଧ୍ୟସ୍ଥଳୀର ଏକ ସୁନ୍ଦର ପରିବେଶରେ କାଳିଦାସଙ୍କ ଏହି ମନ୍ଦିରରେ ଗ୍ରାମବାସୀମାନେ ପ୍ରତିବର୍ଷ ଭଳି ଚଳିତ ବର୍ଷ ୧୪ ତମ କାଳିଦାସ ମହୋତ୍ସବ ପାଳନ କରୁଛନ୍ତି । ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ସମ୍ବର୍ନ୍ଧନା କରାଯାଇ କାଳିଦାସଙ୍କ ଉପରେ ଆଲୋଚନା କରାଯାଉଛି । ଭାରତର ଏକ ମାତ୍ର ଏହି କବି କାଳିଦାସ ମନ୍ଦିର ତଥା ମହାନ୍ କବି କାଳିଦାସଙ୍କ ଉପରେ ଜାଣିବାକୁ ଲୋକମାନଙ୍କ ଯେଉଁଭଳି ଉତ୍ସାହ ପ୍ରକାଶ ପାଉଛି ତେଣୁ ଏହି ସ୍ଥାନକୁ ସରକାରଙ୍କ ତରଫରୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.