କ୍ୟାପଟେନ୍‌ ବିରାଟ କୋହଲି ଓ କେଏଲ୍‌ ରାହୁଲଙ୍କୁ ଟ୍ରୋଲ କଲେ ୟୁଜବେନ୍ଦ୍ର ଚହଲ୍‌, ଲଗାଇଲେ ଶର୍ଟ କପି କରିବାର ଅଭିଯୋଗ

ଟିମ୍‌ ଇଣ୍ଡିଆର ଆକର୍ଷକ ସ୍ପିନର ୟୁଜବେନ୍ଦ୍ର ଚହଲ୍‌ଙ୍କର ଏକ ଟୁଇଟର ପୋଷ୍ଟ ଏବେ ଚର୍ଚ୍ଚାରେ ଅଛି, ଯାହାର କାରଣ ହେଉଛନ୍ତି କେଏଲ୍‌ ରାହୁଲ ଓ କ୍ୟାପଟେନ୍‌ ବିରାଟ କୋହଲି। ଚହଲ୍‌ ଏହି ଦୁଇ ଖେଳାଳିଙ୍କ ଉପରେ ମଜାଳିଆ ଢଙ୍ଗରେ ନିଜର ଶର୍ଟ କପି କରିବାର ଅଭିଯୋଗ ଲଗାଇଛନ୍ତି। ଏହାସହିତ ସେ ଦୁଇଜଣଙ୍କ ସହିତ ନିଜ ଫଟୋକୁ ବି କୋଲାଜ କରି ପୋଷ୍ଟ କରିଛନ୍ତି।

b8

ଚଗଲା ଚହଲ୍‌ ରାହୁଲ ଓ ବିରାଟଙ୍କୁ ଟ୍ରୋଲ କରି ଲେଖିଛନ୍ତି ‘ଯେତେବେଳେ ସେମାନେ ମୋ ଶର୍ଟ କପି କରିବାକୁ ଚେଷ୍ଟା କରନ୍ତି… ସେମାନେ ଖରାପ ନୁହଁନ୍ତି, ଯୁବପିଢ଼ିମାନେ ଏମିତି କରୁଥାଆନ୍ତୁ…’। ଏହାସହ ସେ ଇମୋଜି ମଧ୍ୟ ଦେଇଛନ୍ତି।

ତେବେ ପୂର୍ବରୁ ବି ଚହଲ୍‌ ଭାରତୀୟ କ୍ରିକେଟରଙ୍କ ସହ ଅନେକ ଥଟ୍ଟାମଜା କରିଛନ୍ତି। ଏଥିପୂର୍ବରୁ ବିରାଟ କୋହଲି ବି ଚହଲ୍‌ଙ୍କ ବ୍ୟାଟିଂକୁ ନେଇ ମଜା କରିସାରିଛନ୍ତି। କହି ରଖୁଛୁ, ଟିମ୍‌ ଇଣ୍ଡିଆ ବର୍ତ୍ତମାନ ନ୍ୟୁଜିଲାଣ୍ଡରେ ଟି-୨୦ ଇଣ୍ଟରନ୍ୟାଶନାଲ୍‌ ସିରିଜ୍‌ ଖେଳୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.