Below header

କ୍ରିକେଟର ସୈାରଭ ଗାଙ୍ଗୁଲିଙ୍କ ପରିବାରରେ କରୋନା, ତିନି ସଦସ୍ୟଙ୍କ ସହ ୪ଜଣ ପଜେଟିଭ

କୋଲକାତା : କରୋନା ଦେଶରେ ଆତଙ୍କ ସୃଷ୍ଟି କରିଥିବା ବେଳେ କୋଲକାତାରେ କରୋନା ସଂକ୍ରମଣ ମାତ୍ରାଧିକ କ୍ଷତି ପହଞ୍ଚାଇଛି । କୋଲ୍‌କାତାରେ ରହୁଥିବା କ୍ରିକେଟର ଗାଙ୍ଗୁଲିଙ୍କ ପରିବାର ମଧ୍ୟ ଏଥିରୁ ବାଦ ପଡ଼ି ନାହାଁନ୍ତି ।

ପୂର୍ବତନ କ୍ରିକେଟ ଖେଳାଳୀ ସୈାରଭ ଗାଙ୍ଗୁଲିଙ୍କ ପରିବାରରେ ୩ ସଦସ୍ୟଙ୍କ ସହ ତାଙ୍କର ସହକାରୀକୁ ମିଶାଇ ୪ ଜଣ କରୋନାରେ ସଂକ୍ରମିତ ଥିବା ଜଣାପଡ଼ିଛି । ସେମାନଙ୍କ ମଧ୍ୟରେ ଅଛନ୍ତି ଗାଙ୍ଗୁଲିଙ୍କ ବଡ଼ ଭାଇ ସ୍ନେହାଁଶୀଷଙ୍କ ପତ୍ନୀ ଓ ତାଙ୍କର ପିତାମାତା ।

sourav brother

ତେବେ ସ୍ନେହାଁଶୀଷଙ୍କ କରୋନା ଟେଷ୍ଟ ନେଗେଟିଭ ଥିବା ଜଣାଯାଇଛି । ସ୍ନେହାଁଶୀଷ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ଥିବା ବେଳେ ପରିବାରର ୩ ସଦସ୍ୟଙ୍କୁ ଏକ ପ୍ରାଇଭେଟ୍‌ ନସିଂହୋମ୍‌କୁ ଚିକିତ୍ସା ପାଇଁ ପଠାଯାଇଛି ବୋଲି ସରକାରୀ ସୂତ୍ରରୁ ଜଣାପଡ଼ିଛି ।

ଶନିବାର ଦିନ ସେମାନଙ୍କର ପୁର୍ନବାର ଟେଷ୍ଟ କରାଯିବା ପରେ ପରବର୍ତ୍ତି ପଦକ୍ଷେପ ନିଆଯିବ ବୋଲି ନସିଂହୋମ ସୂତ୍ରରୁ ଜଣାପଡ଼ିଛି । ଦେଶରେ କରୋନା ସଂକ୍ରମଣ ହେବା ପରେ ଗାଙ୍ଗୁଲି ଗରୀବ ଲୋକମାନଙ୍କୁ ତାଙ୍କର ସହାୟତାର ହାର ବଢ଼ାଇ ଚାଲିଛନ୍ତି ।

ସେ ଗରୀବ ଲୋକଙ୍କ ରାସନ ପାଇଁ ପ୍ରାୟ ୫୦ ଲକ୍ଷ ଟଙ୍କା ସହାୟତା ଘୋଷଣା କରିଥିଲେ । ଏହାଛଡା କୋଲ୍‌କାତା ସ୍ଥିତ ବେଲୁର ମଠକୁ ମଧ୍ୟ ୨୦ କ୍ୱିଣ୍ଟାଲ୍‌ ଚାଉଳ ସହାୟତା କରିଥିଲେ । ଏହାଛଡ଼ା କୋଲକାତା ଅମ୍ଫାନ୍‌ କ୍ଷତିଗ୍ରସ୍ତଙ୍କୁ ମଧ୍ୟ ଗାଙ୍ଗୁଲି ସହାୟତା କରିଥିବା ଜଣାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.