ଗଞ୍ଜେଇ ରଖିବା କେଉଁ ପ୍ରକାରର ଅପରାଧ ? ପାଖରେ ଗଞ୍ଜେଇ ଥିଲେ ମିଳିଥାଏ କେଉଁଭଳି ଦଣ୍ଡ

ବଲିଉଡରେ ଡ୍ରଗ୍ସ କନେକସନ୍ ଜଡିତ ଖବର ଏବେ ଲଗାତର ସାମ୍ନାକୁ ଆସୁଛି। ଆମ ଓଡ଼ିଶାରେ ମଧ୍ୟ ଗଞ୍ଜେଇ କାରବାର ଜୋରସୋରରେ ଚାଲିଛି। ପ୍ରତ୍ୟେକିଦିନ ପୋଲିସ କ୍ୱିଣ୍ଟାଲ କ୍ୱିଣ୍ଟାଲ ଗଞ୍ଜେଇ ଜବତ କରୁଛି। ତେବେ ଏହିସବୁ ଖବର ଶୁଣିବା ପରେ ଆପଣଙ୍କ ମନରେ ନିହାତି ପ୍ରଶ୍ନ ଆସୁଥିବ ଗଞ୍ଜେଇ ରଖିବା ଦ୍ୱାରା କେଉଁ ପ୍ରକାର ଦଣ୍ଡ ମିଳିଥାଏ । ଗଞ୍ଜେଇ ଅପରାଧ ପାଇଁ ଦଣ୍ଡସ୍ୱରୂପ କଣ ଦିଆଯାଏ।

ଭାରତରେ ଯେପରି ଗଞ୍ଜେଇ ଚାଷ କରିବା ଓ ସେବନ କରିବା ଅପରାଧ । ସେହିପରି ପାଖରେ ଏହାକୁ ରଖିବା ମଧ୍ୟ ଅପରାଧ । ଆପଣ ତ ଶୁଣିଥିବେ ନିକଟରେ କମେଡିଆନ୍ ଭାରତୀ ସିଂହ ଏବଂ ତାଙ୍କ ସ୍ୱାମୀଙ୍କୁ ଘରେ ଗଞ୍ଜେଇ ରଖିବା ଅଭିଯୋଗରେ ଗିରଫ କରାଯାଇଥିଲା । ତାଙ୍କ ଘରୁ ମାତ୍ର ୧୦୦ ଗ୍ରାମରୁ କମ୍ ଗଞ୍ଜେଇ ଜବତ ହୋଇଥିଲା । ଯାହାଫଳରେ ଉଭୟ ସ୍ୱାମୀ ସ୍ତ୍ରୀଙ୍କୁ ଗିରଫ କରାଯାଇଥିଲା । କିନ୍ତୁ କଣ ଆପଣଙ୍କୁ ଜଣାଅଛି ଏତିକି ମାତ୍ରର ଗଞ୍ଜେଇ ରଖିବା କାରଣରୁ କେଉଁ ଭଳି ଦଣ୍ଡ ମିଳିଥାଏ। ଆସନ୍ତୁ ଗଞ୍ଜେଇ ରଖିବାକୁ ନେଇ ଆଜି ଆପଣଙ୍କୁ କିଛି ଆଇନ୍ କାନୁନ୍ ବିଷୟରେ ଜଣାଇବୁ।

ganjaଏନ୍‌ଡିପିଏସ୍‌ ଆକ୍ଟ ସେକ୍‌ସନ୍‌ ୨୦ ଅନୁଯାୟୀ ଗଞ୍ଜେଇ ପାଇଁ ପ୍ରତିବନ୍ଧିତ ରହିଛି

ଗଞ୍ଜେଇ ଉତ୍ପାଦନ, କ୍ରୟ, ପରିବହନ ଏବଂ ପାଖରେ ରଖିବାକୁ ବି ଦଣ୍ଡନୀୟ ଅପରାଧ କୁହାଯାଇଥାଏ । ଏଥିପାଇଁ କଠୋର କାରାଦଣ୍ଡର ମଧ୍ୟ ପ୍ରାବଧାନ ରହିଛି। ଯାହା ଦ୍ରବ୍ୟର ମାତ୍ରା ଅନୁଯାୟୀ ଧାଯ୍ୟର୍ କରାଯାଏ।

ସେହିପରି ଦ୍ରବ୍ୟର ମାତ୍ରା ଯଦି କମ୍ ଥିବ ତାହେଲେ ଛଅ ମାସ କିମ୍ବା ଏକ ବର୍ଷ ପର୍ଯ୍ୟନ୍ତ କଠୋର କାରାଦଣ୍ଡ ସହିତ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା କିମ୍ବା ଉଭୟ ମଧ୍ୟ ହୋଇପାରେ। ଅଧିକ ମାତ୍ରାରେ ଦ୍ରବ୍ୟ ଥିଲେ ଅତିକମରେ ଏକ ଲକ୍ଷ ଟଙ୍କା ଜରିମାନା ସହିତ ୨୦ ବର୍ଷର କଠୋର କାରାଦଣ୍ଡର ବ୍ୟବସ୍ଥା ରହିଛି ।

କଣ ଏହି ଦ୍ରବ୍ୟ ମାତ୍ରାର ଗଣିତ

ଗଞ୍ଜେଇ ରଖିବା କାରଣରୁ ଦଣ୍ଡ ଶୁଣାଯାଏ ତାର ମାତ୍ରାକୁ ନେଇ। ଯଦି ଏହା କର୍ମସିଆଲ ମାତ୍ରାରେ ଥାଏ ତାହେଲେ ଅଧିକ ମାତ୍ରାର ଆଇନ୍ ଲାଗୁ କରାଯାଇଥାଏ। ସେହିପରି ଯଦି କମ୍‌ କମର୍ସିଆଲ ମାତ୍ରା ଭିତରେ ଥାଏ, ତାହେଲେ ୧୦ ବର୍ଷ ପଯ୍ୟର୍ନ୍ତ କଠୋର କାରାଦଣ୍ଡ ସହ ଏକ ଲକ୍ଷ ଟଙ୍କାର ଜରିମାନା ମଧ୍ୟ ଲାଗିପାରେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.