Below header

କଟକ ସୁନା ଲୁଟ୍‌ ଘଟଣାର ପର୍ଦ୍ଦାଫାସ୍, IIFLର କର୍ମଚାରୀ ଲାଲା ଅମୃତ ରାୟ ଥିଲା ଘଟଣାର ମାଷ୍ଟରମାଇଣ୍ଡ

କଟକ : କଟକ IIFLସଂସ୍ଥାରୁ ସୁନା ଲୁଟ୍‌ ଘଟଣାର ପର୍ଦ୍ଦାଫାସ୍‌ । IIFLର କର୍ମଚାରୀ ଲାଲା ଅମୃତ ରାୟ ଥିଲା ଘଟଣାର ମାଷ୍ଟରମାଇଣ୍ଡ । ୫ ବର୍ଷ ହେଲା ସେଠାରେ କର୍ମଚାରୀ ଥିଲା ଲାଲା ଅମୃତ ରାୟ । ଏହି ଘଟଣାରେ ୭ ଅଭିଯୁକ୍ତଙ୍କୁ ଅଟକ ରଖାଯାଇଛି । ସେମାନଙ୍କ ଠାରୁ ୨କେଜି ସୁନା ଜବତ ହୋଇଛି । ସେମାନଙ୍କ ଠାରୁ ୨ଟି ବାଇକ୍‌ ଜବତ ହୋଇଛି ।

ସବୁଠୁ ବଡ଼ କଥା ହେଉଛି, ଆଇଆଇଏଫଏଲ ସଂସ୍ଥାରେ ସୁରକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ଢିଲା ଥିଲା । CCTV କାମ କରୁନଥିଲା କି ରେକର୍ଡ ହେଉନଥିଲା । ସଂସ୍ଥାର ଆଲାରାମ୍‌ କାମ କରୁନଥିଲା । ଡିଜିଟାଲ ଲକର ଜାନୁଆରୀରୁ କାମ କରୁନଥିଲା । ବନ୍ଧୁକଧାରୀ ସିକ୍ୟୁରିଟି ଗାର୍ଡ ଛୁଟିରେ ରହିଥିଲା । ଯାହାଫଳରେ ସହଜରେ ଲୁଟ କରି ହାଇଦ୍ରାବାଦ୍‌ ଫେରାର ହୋଇଯାଇଥିଲେ । କେତେ ସୁନା ଲୁଟ୍‌ ହୋଇଛି ତାହା ଜଣାପଡିନାହିଁ । ଯୋଜନାବଦ୍ଧ ଅପରାଧ ଥିଲା, କିନ୍ତୁ କିଛି ପ୍ରମାଣ ନଥିଲା ।

 କଟକ DCPଙ୍କ ତତ୍ତ୍ୱାବଧାନରେ ତଦନ୍ତ ଚାଲିଥିଲା । କଟକ, ଭୁବନେଶ୍ୱର ଓ ହାଇଦ୍ରାବାଦ ପୋଲିସ ମିଳିତ ଭାବେ ଅପରେସନ କରିଥିଲେ । ମାତ୍ର ୬ ଦିନ ମଧ୍ୟରେ ଅଭିଯୁକ୍ତଙ୍କ ପାଖରେ ପୋଲିସ ପହଁଚିପାରିଥିଲା । ଏଥିପାଇଁ ଏହି ଟିମକୁ ପ୍ରଶଂସା କରିଛନ୍ତି । ଲାଲା ଅମୃତ ରାୟର ଭାଇ ଲାଲା ରଞ୍ଜନ ରାୟ ନାଁରେ ମଧ୍ୟ ପୂର୍ବରୁ ଥିଲା ମାମଲା । ମାନାପୁରମ ସଂସ୍ଥାରୁ ସୁନା ଲୁଟ ଘଟଣାରେ ତାର ସମ୍ପୃକ୍ତି ଥିଲା । ମଙ୍ଗଳାବାଗ ଥାନାରେ ଏନେଇ ମାମଲା ହୋଇ ଗିରଫ ହୋଇଥିଲା । ଏହି ଲୁଟ୍‌ ଷଡଯନ୍ତ୍ରରେ ସିଏ ବି ସାମିଲ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.