Below header

ଖୋର୍ଦ୍ଧା ସାରୁଅ ଜମି ଦୁର୍ନୀତି ମାମଲା: ସସପେଣ୍ଡ ହେଲେ ବେଗୁନିଆର ପୂର୍ବତନ ତହସିଲଦାର

ଖୋର୍ଦ୍ଧା: ସାରୁଅ ଜମି ଦୁର୍ନୀତି ମାମଲାରେ ସସପେଣ୍ଡ ହେଲେ ଖୋର୍ଦ୍ଧା ଜିଲ୍ଲା ବେଗୁନିଆର ପୂର୍ବତନ ତହସିଲଦାର । ତାଙ୍କ ନାଁ ବିବେକାନନ୍ଦ ପରିଡ଼ା । ଏବେ ସେ କଟକ ରାଜସ୍ୱ ବିଭାଗର ଡେପୁଟୀ କଲେକ୍ଟର ଭାବରେ କାର୍ଯ୍ୟରତ ଅଛନ୍ତି ।

ତାଙ୍କୁ ଚାକିରିରୁ ତତ୍କାଳ ନିଲମ୍ବନ କରାଯାଇଛି । ନିର୍ଦ୍ଦେଶ ରହିଛି କଟକ ଉପଜିଲ୍ଲାପାଳଙ୍କ ବିନା ଅନୁମତିରେ ସେ ହେଡକ୍ୱାର୍ଟର୍ସ ଛାଡ଼ି ବାହାରକୁ ଯିବେ ନାହିଁ । ପୂର୍ବରୁ ବିବେକାନନ୍ଦଙ୍କୁ ବେଗୁନିଆ ତହସିଲଦାର ଭାବରେ ବଦଳି କରାଯାଇଥିଲା । ସାରୁଅ ଜମି କେଳେଙ୍କାରୀ ମାମଲାରେ ପ୍ରଥମ ସରକାରୀ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.