Below header

ଆଜି ପାକିସ୍ତାନ ସଂସଦ ବାଛିବ ନୂଆ ପ୍ରଧାନମନ୍ତ୍ରୀ : ଇମ୍ରାନଙ୍କ ପରେ ଶାହବାଜ ସରିଫଙ୍କ ଉପରେ ରହିଛି ନଜର

ନୂଆଦିଲ୍ଲୀ : କିଏ ହେବେ ପାକିସ୍ତାନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ? ଆଜି ପାକ ନ୍ୟାସନାଲ ଆସେମ୍ଲିରେ ହେବ ନୂଆ ପିଏମ ନିର୍ବାଚନ । ଏହା ପୂର୍ବରୁ ଇମ୍ରାନଙ୍କ ସମର୍ଥନରେ ରାସ୍ତାକୁ ବାହାରିଛନ୍ତି ଜନତା । ଶହଶହ ସଂଖ୍ୟାରେ ଲୋକେ ଇମ୍ରାନଙ୍କ ସମର୍ଥନରେ ବାହାରିଛନ୍ତି । ଇମ୍ରାନ ପୁଣି ସତ୍ତାକୁ ଆସନ୍ତୁ ବୋଲି ନାରା ଶୁଣିବାକୁ ମିଳିଛି । ଆମେ କ୍ୟାପଟେନ ପଛରେ ଅଛୁ ବୋଲି ଲୋକଙ୍କ ନାରା । ଇସଲାମବାଦ, କରାଚି, ପେଶାଓ୍ଵର ଓ ଲାହୋରରେ ମଧ୍ୟ ବିରାଟ ରାଲି ଦେଖିବାକୁ ମିଳିଛି ।

ଇମ୍ରାନ ହଟିବା ପରେ ଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହୋଇପାରନ୍ତି ଶେହବାଜ ସରିଫ । ପାକିସ୍ତାନ ମୁସଲିମ ଲିଗ-ନୱାଜ ପାର୍ଟି ପକ୍ଷରୁ ଶାହବାଜ ସରିଫ ଏବଂ ଇମ୍ରାନଙ୍କ ପିଟିଆଇ ପକ୍ଷରୁ ଶାହ ମହମ୍ମଦ କ୍ୟୁରେଶୀ ପ୍ରଧାନମନ୍ତ୍ରୀ ପଦ ପାଇଁ ନାମାଙ୍କନ ଦାଖଲ କରିଛନ୍ତି । ଉଭୟଙ୍କ ପ୍ରାର୍ଥୀପତ୍ର କାଏମ ରହିଛି । ବିରୋଧୀ ଦଳ ଶାହବାଜଙ୍କୁ ପ୍ରଧାନମନ୍ତ୍ରୀ ଭାବେ ଚୟନ କରିଛନ୍ତି । ଆଜି ଦିନ ୨ଟାରେ ପାକିସ୍ତାନର ନୂଆ ପିଏମ କିଏ ହେବ ତାହା ଜଣାପଡିବ । ତେବେ ଶାହବାଜଙ୍କ ବିରୋଧରେ ମାମଲା ଚାଲୁଥିବାରୁ ତାଙ୍କ ନୋମିନେସନ ଉପରେ ଆପତ୍ତି ଉଠାଇଛି ପିଟିଆଇ । ୩୪୨ ଆସନ ବିଶିଷ୍ଟ ନ୍ୟାସନାଲ ଆସେମ୍ଲିରେ ସରକାର ଗଠନ ପାଇଁ ୧୭୨ ଜଣ ସାଂସଦଙ୍କ ସମର୍ଥନ ଦରକାର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.