ରୋମାଞ୍ଚକର ମୁକାବିଲାରେ ବାଜି ମାରିଲା ରାଜସ୍ଥାନ ରୟାଲ୍ସ,, ଲକ୍ଷ୍ନୌ ସୁପର ଜାୟଣ୍ଟସକୁ ୩ ରନରେ ଦେଲା ମାତ୍

ମୁମ୍ବାଇ: ରାଜସ୍ଥାନ ରୟାଲ୍‌ସର ଚିତ୍ତାକର୍ଷକ ବିଜୟ ହାସଲ। ଲକ୍ଷ୍ନୌ ସୁପର ଜିଆଣ୍ଟସ୍‌କୁ ୩ ରନ୍‌ରେ ହରାଇ ବିଜୟୀ ହୋଇଛି। ରାଜସ୍ଥାନ ରୟାଲ୍‌ସ ପ୍ରଥମେ ବ୍ୟାଟିଂ କରି ୬ ଓ୍ଵିକେଟରେ ୧୬୫ ରନ୍‌ ସଂଗ୍ରହ କରିଥିଲା। ଏହାର ଜବାବରେ ୮ ୱିକେଟ ହରାଇ ୧୬୨ ରନ୍‌ କରିଥିଲା ଲକ୍ଷ୍ନୌ । ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ରାଜସ୍ଥାନ ରୟାଲ୍‌ସ ୬୭ ରନ୍‌ରେ ୪ ୱିକେଟ ହରାଇ ସଙ୍କଟରେ ପଡିଯାଇଥିଲା।

ହେଲେ ସିମରନ୍‌ ହେତମେୟର ଓ ରହି ଚନ୍ଦ୍ରନ ଅଶ୍ୱିନ୍‌ ଲଢୁଆ ବ୍ୟାଟିଂ କରି ସ୍ଥିତି ସୁଧାରିଥିଲେ। ହେତମେୟର ହାପ୍‌ ସେଞ୍ଚୁରୀ କରିଥିଲେ। ଷ୍ଟାଇନିସ୍‌ ୧୭ଟି ବଲରୁ ୨ଟି ଚୌକା , ୪ଟି ଛକା ବଳରେ ଅପରାଜିତ ୩୮ ରନ୍‌ କରିଥିଲେ। ରାଜସ୍ଥାନ ପକ୍ଷରୁ ଚହଲ ୪ଟି ୱିକେଟ ଅକ୍ତିଆର କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.