Below header

ମୋଦିଙ୍କ ନୂଆ ମନ୍ତ୍ରିମଣ୍ଡଳକୁ ନେଇ ଲାଗି ରହିଛି କଳ୍ପନା ଜଳ୍ପନା, କଣ ରହିବ ଅମିତ ଶାହଙ୍କ ଭୂମିକା ?

କେନ୍ୟୁଜ୍: ମୋଦିଙ୍କ ନୂଆ ମନ୍ତ୍ରିମଣ୍ଡଳକୁ ନେଇ କଳ୍ପନା ଜଳ୍ପନା ଲାଗି ରହିଛି । ମନ୍ତ୍ରିମଣ୍ଡଳରେ କେଉଁମାନେ ସ୍ଥାନ ପାଇବେ ? କଣ ରହିବ ଅମିତ ଶାହଙ୍କ ଭୂମିକା ? ଅମିତ ଶାହଙ୍କୁ ମନ୍ତ୍ରିମଣ୍ଡଳରେ ଏକ ବଡ଼ ଦାୟିତ୍ୱ ମିଳିବ ବୋଲି ଚର୍ଚ୍ଚା ହେଉଛି । ଅନ୍ୟପଟେ ମନ୍ତ୍ରିମଣ୍ଡଳରେ ସାମିଲ ହୋଇ ନପାରନ୍ତି ଅମିତ ଶାହ । ପୂର୍ବରୁ କୁହାଯାଉଥିଲା ଶାହଙ୍କୁ ପ୍ରତିରକ୍ଷା ବିଭାଗ ମିଳିପାରେ । କିନ୍ତୁ ଅମିତ ଶାହଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରି ରିସ୍କ ନେବାକୁ ଚାହୁଁ ନାହିଁ ବିଜେପି । କାରଣ, ଆଗକୁ ହରିଆଣା, ଝାଡ଼ଖଣ୍ଡ ଓ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଥିବା ବେଳେ ପରେ ପଶ୍ଚିମବଙ୍ଗ ନିର୍ବାଚନ ରହିଛି । ରାଜ୍ୟସଭାରେ ବିଜେପିର ସଦସ୍ୟ ସଂଖ୍ୟା ବଢାଇବାକୁ ହେଲେ ଏସବୁ ରାଜ୍ୟରେ ନିର୍ବାଚନ ଜିତିବାକୁ ପଡିବ ।

ବର୍ତ୍ତମାନ ରାଜ୍ୟସଭାର ୨୫୦ ସଦସ୍ୟଙ୍କ ମଧ୍ୟରୁ ଏନଡିଏର ୯୯ ଜଣ ସଦସ୍ୟ ଅଛନ୍ତି । ଯଦି ଅମିତ ଶାହ ମନ୍ତ୍ରିମଣ୍ଡଳରେ ସାମିଲ ହୁଅନ୍ତି, ତାଙ୍କୁ ସଭାପତି ପଦବୀ ଛାଡିବାକୁ ପଡ଼ିବ । ତେଣୁ ବର୍ତ୍ତମାନ ଅମିତ ଶାହଙ୍କୁ ଛାଡି ରିସ୍କ ନେବାକୁ ବିଜେପି ଚାହୁଁ ନାହିଁ । ସେହିଭଳି ପୁରୁଣା ମନ୍ତ୍ରିମଣ୍ଡଳର କିଛି ସଦସ୍ୟ ସେମାନଙ୍କର ପଦବୀ ବଜାୟ ରଖିବେ ବୋଲି ଜଣପଡ଼ିଛି । ଏନଡିଏ-୨ର ପ୍ରଥମ ୩ ମାସର କାର୍ଯ୍ୟ ପାଇଁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିବାକୁ ସବୁ ମନ୍ତ୍ରୀମାନଙ୍କୁ କୁହାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.