Below header

ଗର୍ଭଧାରଣ ସମୟରେ ଭୁଲରେ ମଧ୍ୟ କରନ୍ତୁ ନାହିଁ ଏହି ଭୁଲ, ନଚେତ୍ ହୋଇପାରେ …

ଗର୍ଭବତୀ ମହିଳାଙ୍କ ଉପରେ ଦୁଇଜଣ ବ୍ଯକ୍ତିଙ୍କର ଦାୟିତ୍ବ ରହିଥାଏ। ପ୍ରଥମତଃ ତାଙ୍କ ନିଜର ଦ୍ବୀତିୟତଃ ଗର୍ଭରେ ରହିଥିବା ଶିଶୁଟିର। ଏଣୁ ଏହି ସମୟରେ ମହିଳାଙ୍କୁ ନିଜର ଆବଶ୍ଯକତା ଠାରୁ ଅଧିକ ଯତ୍ନ ନେବା ଆବଶ୍ଯକ। ଆଜି ଆମେ ଏପରି କିଛି କାମ ବିଷୟରେ କହିବାକୁ ଯାଉଛୁ ଯାହାକୁ ଗର୍ଭବତୀ ମହିଳା ଭୁଲରେ ମଧ୍ୟ ନକରିବା ଉଚିତ୍।

Pregnancy-Cover

-ଯେକୌଣସି ରଙ୍ଗର ବାସ୍ନା ବା ନେଲ ପଲିସର ବାସ୍ନା ଆଦିରୁ ଗର୍ଭବତୀ ମହିଳା ନିଜକୁ ଦୂରେଇ ରଖନ୍ତୁ। ଖାସ କରି ସେପରି କିଛି ବସ୍ନାରୁ ଦୂରେଇ ରୁହନ୍ତୁ ଯାହାକୁ ଶୁଙ୍ଘିବା ମାତ୍ରେ ଆପଣଙ୍କୁ ଅଖାଡୁଆ ଅନୁଭୂତ ହେଉଛି। କାରଣ ଏହା ଖାଲି ଯେ ଆପଣଙ୍କ ପାଇଁ ତାହା ନୁହଁ ବରଂ ଆପଣଙ୍କ ଶିଶୁର ସ୍ବାସ୍ଥ୍ଯା ପାଇଁ ମଧ୍ୟ କ୍ଷତିକାରକ ହୋଇଥାଏ।

pregnancy

-ସାଧାରଣତଃ ମହିଳା ଗର୍ଭଧାରଣ ସମୟରେ ଟିକେ ଆରମ ଅନୂଭବ କରିବା ପାଇଁ ଫେସିଆଲ କରିଥାନ୍ତି। କିନ୍ତୁ ଯଥା ସମ୍ଭବ ଏପରି ନକରିବା ଉଚିତ୍। କାରଣ ଫେସିଆଲ କରିବା ସମୟରେ କିଛି କ୍ରିମର ଅଂଶ ଆପଣଙ୍କ ଚର୍ମ ମଧ୍ୟକୁ ଯାଇଥାଏ । ଯାହା ଆପଣଙ୍କୁ ଗର୍ଭଧାରଣ ସମୟରେ କ୍ଷତି ପହଞ୍ଚାଇପାରେ।

-ପିଠି ମାଡି ଶୁଅନ୍ତୁ ନାହିଁ। କାରଣ ଏପରି ଶୋଇବା ଦ୍ବାରା ନିଶ୍ବାସ ନେବାରେ ଅସୁବିଧା ଲାଗିଥାଏ। ଯାହା ଗର୍ଭବତୀ ମହିଳାଙ୍କ ପାଇଁ ଠିକ ରହିନଥାଏ। ଏଣୁ ସବୁବେଳେ ବାମ ଅଥବା ଡାହାଣ ମାଡି ଶୋଇବାକୁ ଚେଷ୍ଟା କରନ୍ତୁ।

-କେବେ ମଧ୍ୟ ଏକୁଟିଆ ରୁହନ୍ତୁ ନାହିଁ। କାରଣ ଏହି ସମୟରେ ଏକୁଟିଆ ରହିବା ଦ୍ବାରା ମନରେ ଅନେକ କଥା ଚାଲିଥାଏ ଯାହା ଶିଶୁ ଉପରେ ପ୍ରଭାବ ପକାଇଥାଏ। ଏଣୁ ଏହି ସମୟରେ ନିଜକୁ ବ୍ଯସ୍ତ ରଖିବାକୁ ଚେଷ୍ଟା କରନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.