Below header

ଆଜିଠାରୁ ଆରମ୍ଭ କ୍ରିକେଟର ମହାକୁମ୍ଭ ବିଶ୍ୱକପ୍‌

ଇଂଲଣ୍ଡ: ଆଜିଠାରୁ ଇଂଲଣ୍ଡରେ ଆରମ୍ଭ ହେବ କ୍ରିକେଟର ମହାକୁମ୍ଭ ବିଶ୍ୱକପ୍‌ । ଉଦ୍‌ଘାଟନୀ ମ୍ୟାଚ୍‌ରେ ଆୟୋଜକ ଇଂଲଣ୍ଡ ସହ ଖେଳିବ ଦକ୍ଷିଣ ଆଫ୍ରିକା । ୬ ସପ୍ତାହ ବ୍ୟାପି ଅନୁଷ୍ଠିତ ହେବାକୁ ଥିବା ଏହି ବିଶ୍ୱକପ୍‌ରେ ଟପ୍‌ ୧୦ଟି ଟିମ୍‌ ଭାଗ ନେଉଛନ୍ତି । ରାଉଣ୍ଡ ରବିନ୍‌ ଫର୍ମାଟରେ ଲିଗ ପର୍ଯାୟ ଖେଳାଯିବ । ଲିଗ୍‌ ପର୍ଯାୟରେ ୪୫ଟି ମ୍ୟାଚ୍‌ ଖେଳାଯିବ । ଶ୍ରେଷ୍ଠ ୪ଟି ସେମିଫାଇନାଲକୁ ଉନ୍ନିତ ହେବେ । ଜୁଲାଇ ୯ ତାରିଖରେ ଖେଳାଯିବା ପ୍ରଥମ ସେମିଫାଇନାଲ । ଜୁନ୍‌ ୫ ତାରିଖରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତ ଅଭିଯାନ ଆରମ୍ଭ କରିବ । ଏହା ପୂର୍ବରୁ ଭାରତ ଦୁଇଟି ଅଭ୍ୟାସ ମ୍ୟାଚ୍‌ ଖେଳିଥିବା ବେଳେ, ପ୍ରଥମଟି ନ୍ୟୁଜିଲାଣ୍ଡ ବିପକ୍ଷରେ ପରାସ୍ତ ହୋଇଥିଲା, ସେହିଭଳି ଦ୍ୱିତୀୟ ଅଭ୍ୟାସ ମ୍ୟାଚରେ ବାଂଲାଦେଶକୁ ଅତି ସହଜରେ ପରାସ୍ତ କରିଥିଲା ।

englandଏଥର ସେମିଫାଇନାଲ ଓ ଫାଇନାଲ ପାଇଁ ସୁପର ଓଭର ବ୍ୟବସ୍ଥା ରହିବ। ପୂର୍ବ ଦୁଇଟି ବିଶ୍ୱକପରେ କେବଳ ଫାଇନାଲ ପାଇଁ ସୁପର ଓଭର ଥିଲା। ବର୍ତ୍ତମାନ ଦିନିକିଆରେ ବିଶ୍ୱରେ ଏକ ନମ୍ବର ଟିମ୍‌ ଇଂଲଣ୍ଡ। ଭାରତର ସ୍ଥାନ ଦୁଇ ନମ୍ବରରେ ରହିଛି। ଏଥର ବିଶ୍ୱକପ୍‌ ଖେଳୁଥିବା ଟିମ୍‌ଗୁଡିକ ହେଲା ଆଫଗାନିସ୍ତାନ, ଅଷ୍ଟ୍ରେଲିଆ, ବାଂଲାଦେଶ, ଇଂଲଣ୍ଡ, ଭାରତ, ନ୍ୟୁଜିଲାଣ୍ଡ, ପାକିସ୍ତାନ, ଦକ୍ଷିଣ ଆଫ୍ରିକା, ଶ୍ରୀଲଙ୍କା ଓ ୱେଷ୍ଟଇଣ୍ଡିଜ୍‌ । ଇଂଲଣ୍ଡରେ ପଞ୍ଚମ ଥର ପାଇଁ ବିଶ୍ୱକପ୍‌ ଆୟୋଜିତ ହେଉଛି । ୧୯୭୫, ୧୯୭୯, ୧୯୮୩ ଓ ୧୯୯୯ରେ ଇଂଲଣ୍ଡରେ ଆୟୋଜିତ ହୋଇଥିଲା ଟୁର୍ଣ୍ଣାମେଣ୍ଟ । ବିଶ୍ୱକପ୍‌ରେ ସବୁଠାରୁ ସଫଳ ଦଳ ଅଷ୍ଟ୍ରେଲିଆ । ୧୯୮୭, ୧୯୯୯, ୨୦୦୩, ୨୦୦୭ ଓ ୨୦୧୫ରେ ଅଷ୍ଟ୍ରେଲିଆ ଦଳ ଚାମ୍ପିଅନ ହୋଇଥିଲା। ୧୯୭୫ ଓ ୧୯୭୯ରେ ଦୁଇ ଥର ଚାମ୍ପିଅନ ହୋଇଥିଲା ୱେଷ୍ଟଇଣ୍ଡିଜ୍‌ । ଭାରତ ୧୯୮୩ ଓ ୨୦୧୧ରେ ଚାମ୍ପିଅନ ହୋଇଥିଲା। ୧୯୯୨ରେ ପାକିସ୍ତାନ ଓ ୧୯୯୬ରେ ବିଶ୍ୱକପ ଟ୍ରିଫି ଜିତିଥିଲା ଶ୍ରୀଲଙ୍କା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.