ସାହସିକତା ପୁରସ୍କାର: କ୍ୟାପ୍ଟେନ ଅଭିନନ୍ଦନଙ୍କୁ ବୀର ଚକ୍ର ଓ ଏୟାର ମାର୍ଶାଲ ଦିଲ୍ଲୀପ ପଟ୍ଟନାୟକଙ୍କୁ ଅତି ବିଶିଷ୍ଟ ସେବା ସମ୍ମାନରେ ସମ୍ମାନିତ

ନୂଆଦିଲ୍ଲୀ(କେନ୍ଯୁଜ୍): ରାଷ୍ଟ୍ରପତି ଭବନରେ ସାହସିକତା ପୁରସ୍କାର ସମାରୋହ । ସାହସିକତା ପୁରସ୍କାର ପ୍ରଦାନ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଭାରତୀୟ ସେନାର ବହୁ ସାହାସୀ ବୀରଙ୍କୁ ସମ୍ମାନିତ କରିଛନ୍ତି ରାଷ୍ଟ୍ରପତି। ପ୍ରକାଶ ଯାଦବଙ୍କୁ ମରଣୋତ୍ତର କୀର୍ତ୍ତି ଚକ୍ରରେ ସମ୍ମାନିତ କରାଯାଇଛି। ତାଙ୍କ ମା’ ଓ ପତ୍ନୀ ଏହି ପୁରସ୍କାର ଗ୍ରହଣ କରିଛନ୍ତି। ଗ୍ରୁପ୍‌ କ୍ୟାପଟେନ୍‌ ଅଭିନନ୍ଦନ ବର୍ତ୍ତମାନଙ୍କୁ ବୀର ଚକ୍ର ପ୍ରଦାନ କରାଯାଇଛି ।

ପାକିସ୍ତାନର ଲଢୁଆ ବିମାନ F-16କୁ ମାରି ତଳକୁ ଖସାଇଥିଲେ ଅଭିନନ୍ଦନ ଭର୍ତ୍ତମାନ। ଏହାପରେ ୩ଦିନ ପର୍ଯ୍ୟନ୍ତ ସେ ପାକିସ୍ତାନ କବ୍ଜାରେ ଥିଲେ। ଓଡ଼ିଆ ପୁଅ ଏୟାର ମାର୍ଶାଲ ଦିଲୀପ କୁମାର ପଟ୍ଟନାୟକଙ୍କୁ ଅତି ବିଶିଷ୍ଟ ସେବା ମେଡାଲରେ ସମ୍ମାନିତ କରାଯାଇଛି। ପୁରସ୍କାର ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଉପସ୍ଥିତ ଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.