Below header

ମା’କୁ ମିଳିଲାନି ପିଲାର ଲାଳନ ପାଳନ ଦାୟିତ୍ୱ, କୋର୍ଟ ଦେଲେ ଏଭଳି ରାୟ..

ରିଆଦ : ତୁମ ଉପରେ ପାଶ୍ଚାତ୍ୟ ସଭ୍ୟତାର ପ୍ରଭାବ ରହିଛି । ତେଣୁ ମିଳିବନି ତୁମ ନିଜ ପିଲାର ଲାଳନ ପାଳନ ଦାୟିତ୍ୱ । ଏଭଳି ଏକ ଅଜବ ରାୟ ଦେଇଛନ୍ତି କୋର୍ଟ । ମା ବଦଳରେ ଝିଅରୁ ଦାୟିତ୍ୱ ମିଳିଲା ଜେଜେମାଙ୍କୁ । ଘଟଣାଟି ଘଟିଛି ସାଉଦି ଆରବରେ । ଏଠାକାର ଏକ କୋର୍ଟ ଜଣେ ମହିଳାଙ୍କୁ ତାଙ୍କ ନିଜ ଝିଅର କଷ୍ଟଡି ଦେବାକୁ ମନା କରି ଦେଇଛନ୍ତି । ଏହା ପଛର କାରଣ ଅତ୍ୟନ୍ତ ଆଶ୍ଚର୍ଯ୍ୟ ଜନକ ଅଟେ । କୋର୍ଟ ମହିଳାଙ୍କ ଉପରେ ଆରୋପ ଲଗାଇଛନ୍ତି କି ମହିଳା ଜଣକ ଆଧୁନିକ ସଭ୍ୟତାକୁ ଆପଣେଇଛନ୍ତି । ତାଙ୍କ ଜୀବନ ଶୈଳୀ ମଧ୍ୟ ପାଶ୍ଚାତ୍ୟ ସଭ୍ୟତା ଦ୍ୱାରା ପ୍ରଭାବିତ । କାରଣ ମହିଳା ଜଣକ ତାଙ୍କର କିଛି ବିକିନି ପିନ୍ଧା ଫଟୋ କୋର୍ଟ ଆଗରେ ଉପସ୍ଥାପନ କରିଥିଲେ ।

MOTHER AND DAUGHTER

ଆମେରିକାର ମା, ସାଉଦି ଆରବର ବାପା । ଆଜକୁ ୮ ବର୍ଷ ତଳେ ୨୦୧୧ ମସିହାରେ ଆମେରିକାର ବେଥାନୀ ବିଏରା ନାମ୍ନୀ ଜଣେ ମହିଳା ସାଉଦି ଆରବ ସ୍ଥିତ ଏକ ବିଶ୍ୱବିଦ୍ୟାଳୟରେ ଶିକ୍ଷକତା କରିବା ପାଇଁ ଆସିଥିଲେ । ଏହି ସମୟରେ ସେ ଏକ ସାଉଦି ଯୁବକଙ୍କ ପ୍ରେମରେ ପଡ଼ି ତାଙ୍କୁ ବିବାହ କରିଥିଲେ । ସେମାନଙ୍କର ଏକ ଝିଅକୁ ଜନ୍ମ ହୋଇଥିଲା । ଝିଅ ଟିର ନାମ ଜୀନା ରଖିଥିଲେ । କିଛି ଦିନ ପରେ ସେମାନଙ୍କ ପାରିବାରିକ ଜୀବନରେ ଅଶାନ୍ତି ଦେଖା ଦେଲା । ଏଣୁ ବିଏରା ପାରିବାରିକ କଳହ ସହି ନପାରି ନିଜ ସ୍ୱାମୀଙ୍କୁ ତଲାକ ଦେଇଥିଲେ । ପରେ ନିଜ ୪ ବର୍ଷୀୟ ଝିଅର କଷ୍ଟଡି ପାଇଁ କୋର୍ଟ ଯାଇଥିଲେ ।

ବିଏରା, ସ୍ୱାମୀଙ୍କ ଉପରେ ଅଭିଯୋଗ ଆଣିଛନ୍ତି କି ତାଙ୍କ ପତି ବହୁ ସମୟରେ ଛୋଟ ଝିଅ ସାମ୍ନାରେ ଖରାପ ବ୍ୟବହାର କରିବା ସହ ବହୁ ଗାଳିଗୁଲଜ କରୁଛନ୍ତି । ପ୍ରମାଣ ଭାବରେ କୋର୍ଟରେ ଏକ ଭିଡିଓ ମଧ୍ୟ ଉପସ୍ଥାପନ କରିଥିଲେ ବିଏରା । ହେଲେ କୋର୍ଟ ସମସ୍ତ ପ୍ରମାଣକୁ ଅଗ୍ରାହ୍ୟ କରି ଝିଅଟିର ଦାୟିତ୍ୱ ବିଏରାଙ୍କ ଶାଶୁଙ୍କୁ ଦେଇଛନ୍ତି । ସାଧାରଣତଃ ସରିଆ କାନୁନ ଅନୁସାରେ ମା’ମାନଙ୍କୁ ୯ ବର୍ଷ ବୟସ ପର୍ଯ୍ୟନ୍ତ ପୁଅର ଦାୟିତ୍ୱ ଓ ୭ ବର୍ଷ ବୟସ ପର୍ଯ୍ୟନ୍ତ ଝିଅର ଦାୟିତ୍ୱ ମିଳିଥାଏ । ଗତ ବର୍ଷର ଅର୍ଥାତ୍‌ ୨୦୧୮ ମସିହାର ନୂଆ ଆଇନ ଅନୁଯାୟୀ ଯଦି ତଲାକ ପରେ ପିତାଙ୍କ ତରଫରୁ କୌଣସି ଅପିଲ କରାନଯାଏ ତେବେ ଶିଶୁଟିର ପୂରା ଦାୟିତ୍ୱ ମା’କୁ ହିଁ ଦିଆଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.