ଲଞ୍ଚ ହେଲା d2h ମ୍ୟାଜିକ ଷ୍ଟ୍ରିମିଙ୍ଗ ଡିଭାଇସ , ମାତ୍ର ୩୯୯ ଟଙ୍କାରେ ମନୋରଞ୍ଜନର ଫୁଲ ଡୋଜ

ଡ଼ିସ ଟିଭି ଭିଡିଓ ଷ୍ଟ୍ରିମିଙ୍ଗ ସେବା ପ୍ରଦାନ କରିବା ପାଇଁ d2h Magic ଡିଭାଇସକୁ ବଜାରରେ ଉପଲବ୍ଧ କରାଇଛି । ଯାହାକି କେବଳ ଡ଼ିସଟିଭି d2h ସେଟଟପ ବକ୍ସ ପାଇଁ ଅଟେ । ଏହା DishSMRT ଷ୍ଟିକ ଭଳି ଅଟେ । ଡ଼ିସ ଟିଭିର d2h Magicକୁ ଟିଭିରେ ଏକ ୟୁଏସବି ପୋର୍ଟ ଦ୍ୱାରା କନେକ୍ଟ କରାଯାଇ ପାରିବ । ଏହାପରେ ସାଧାରଣ ଟିଭି ୟୁଜର୍ସ ମାନେ ନିଜ ଟିଭିରେ ZEE5, ଏଏଲଟି ବାଲାଜୀ ଏବଂ ହଂଗାମା ଭଳି ଆପର ଭିଡିଓ କଣ୍ଟେଣ୍ଟ ଦେଖିପାରିବେ ।

d2h Magic ର ଦର ଏବଂ ଫିଚର୍ସ

ଡ଼ିସଟିଭି d2h ମ୍ୟାଜିକକୁ ୩୯୯ ଟଙ୍କା ଦରରେ ବଜାରକୁ ଅଣାଯାଇଛି । ତେଣୁ ବର୍ତ୍ତମାନ ଏହି ମ୍ୟାଜିକ ଡିଭାଇସର ଦର ମାତ୍ର ୩୯୯ ଟଙ୍କା ଅଟେ । ତିନିମାସର ପ୍ରିଭିଉ ଅଫର ପରେ ପ୍ରତି ମାସରେ ଗ୍ରାହକ ମାନଙ୍କୁ ମାତ୍ର ୨୫ ଟଙ୍କା ଦେବାକୁ ପଡିବ । ଟାଟା ସ୍କାଏ ବିଞ୍ଜ ଏବଂ ଏୟାରଟେଲ ଇଣ୍ଟରନେଟ ସିଧାସଳଖ ଭାବେ ଏହାର ପ୍ରତିଦ୍ୱନ୍ଦୀ ରହିବେ ।

ଏହାସହ ପଢନ୍ତୁ ସ୍କୁଟରକୁ ବନାଇଲେ ଟ୍ରାକ୍ଟର ଆଉ ମେକାନିକ୍‌ରୁ ବନିଗଲେ ଚାଷୀ, ମହେଶ କରମାଳିଙ୍କ ଆବିଷ୍କାର

d2h Magic କୁ କିପରି କରିବେ ଅର୍ଡର

ଯଦି ଆପଣ ଡ଼ିସ ଟିଭିର ଏହି ସେବା ପାଇବା ପାଇଁ ଚାଁହୁଥାନ୍ତି ତାହେଲେ ୧୮୦୦ ୧୩୭୦ ୧୧୧ ନମ୍ବରକୁ କଲ କରନ୍ତୁ । ଏହାପରେ ଆପଣଙ୍କୁ ମାତ୍ର ୩୯୯ ଟଙ୍କାରେ ଏହି ଡିଭାଇସ ମିଳିଯିବ । ତାପରେ ଆସନ୍ତା ତିନି ମାସ ପର୍ଯ୍ୟନ୍ତ ଆପଣଙ୍କ କୌଣସି ଶୁଳ୍କ ଦେବାକୁ ପଡିବ ନାହିଁ ଏବଂ ତିନି ମାସ ପରେ ପ୍ରତି ମାସ ମାତ୍ର ୨୫ ଟଙ୍କା (ଟ୍ୟାକ୍ସ ସହିତ)ଦେବାକୁ ପଡିବ । ଡ଼ିସ ଟିଭିର

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.