Below header

ବିଶ୍ୱର ପ୍ରଥମ କୋଭିଡ-୧୯ ଭ୍ୟାକସିନ ପ୍ରସ୍ତୁତ, ରୁଷ କହିଲା ସବୁ ପରୀକ୍ଷଣ ସଫଳ ହେଲା

ପ୍ରସ୍ତୁତ ହେଲା ବିଶ୍ୱର ପ୍ରଥମ କରୋନା ଟୀକା । ସଫଳ ହେଲା ରୁଷିଆର କ୍ଲିନିକାଲ ପରୀକ୍ଷଣ । ୭ ମାସରୁ ଅଧିକ ସମୟ ଧରି ବିଶ୍ୱରେ ଭୟଙ୍କର ଦାଣ୍ଡବ ରଚିଥିବା କରୋନା ଭାଇରସ ବର୍ତ୍ତମାନ ସୁଦ୍ଧା ୧୨ ମିଲିୟନରୁ ଅଧିକ ଲୋକଙ୍କୁ ସଂକ୍ରମିତ କରିଛି ଏବଂ ୫ ଲକ୍ଷରୁ ଅଧିକ ଲୋକଙ୍କ ଜୀବନମଧ୍ୟ ନେଇସାରିଲାଣି। ରୁଷର କରୋନା ଭାକସିନ୍ ପରୀକ୍ଷଣ ସଫଳ ହୋଇଛି । ସେକେନୋଭ ଫାର୍ଷ୍ଟ ମସ୍କୋ ଷ୍ଟେଟ୍ ମେଡିକାଲ ୟୁନିଭର୍ସିଟି ସଫଳତାର ସହ ବିଶ୍ୱର ପ୍ରଥମ ଭାକସିନ୍ ଭାବେ ଏହି ଔଷଧ ବିକଶିତ କରିଛି ।

ରିପୋର୍ଟ ମୁତାବକ, ଇନଷ୍ଟିଚ୍ୟୁଟ୍ ଫର ଟ୍ରାନ୍ସଲେସନାଲ ମେଡିକାଲ ଆଣ୍ଡ ବାଓଟେକ୍ନୋଲୋଜିର ନିର୍ଦ୍ଦେଶକ ଭାଦିମ ଟାରାସୋଭ ଏହି ସୂଚନା ଦେଇଛନ୍ତି । ପ୍ରଥମ ଭଲ୍ୟୁଟିୟର ଗ୍ରୁପ ୧୫ ଜୁଲାଇରେ ଡିସଚାର୍ଜ ହେବ ଏବଂ ଦ୍ୱିତୀୟଟି ୨୦ ଜୁଲାଇରେ ଡିସଚାର୍ଜ ହେବ । ଏହି ୟୁନିଭର୍ସିଟି ଜୁନ୍ ୧୮ରେ ଭାକସିନର କ୍ଲିନିକଲ ଟ୍ରାଏଲ ଆରମ୍ଭ କରିଥିଲା । ଯାହାକି ରୁଷିଆର ଗାମାଲେଇ ଇନଷ୍ଟିଚ୍ୟୁଟ୍ ଅଫ୍ ଏପିଡେମିଓଲୋଜି ଆଣ୍ଡ ମାଇକ୍ରୋବୋଲୋଜି ତିଆରି କରିଛି ।

55

ସୂଚନାଯୋଗ୍ୟ, ଇଣ୍ଡିଆନ କାଉନସିଲ ଫର ମେଡିକାଲ ରିସର୍ଚ୍ଚ(ଆଇସିଏମଆର) ଏବଂ ଭାରତ ବାୟୋଟେକ ମଧ୍ୟ ଏକାସାଙ୍ଗରେ ମିଶି କରୋନା ଭ୍ୟାକସନି ପ୍ରସ୍ତୁତ କରିଛନ୍ତି। ଏବେ ଏହାକୁ ମାନବ ପରୀକ୍ଷଣ ଚାଲିଛି। ପୂର୍ବରୁ ଏହା ଅଗଷ୍ଟ ୧୫ ସୁଦ୍ଧା ଆସିପାରିବ ବୋଲି କୁହାଯାଉଥିବା ବେଳେ ଏବେ ଏହାକୁ ନେଇ ଦ୍ୱନ୍ଦ୍ୱ ଲାଗିରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.