ଏମଏସ୍‌ ଧୋନୀଙ୍କ ପରେ ବିରାଟ କୋହଲୀଙ୍କ ନୂଆ ଲୁକ୍‌, ସୋସିଆଲ ମିଡିଆରେ ଭାଇରାଲ ହେଉଛି ଫଟୋ

କିଛି ସମୟ ପୂର୍ବରୁ ଲକଡାଉନରେ ଭାରତୀୟ ଟିମ୍‌ ର ପୂର୍ବ କ୍ୟାପଟେନ ଏବଂ ଓ୍ଵିକେଟକିପର୍‌ ବ୍ୟାଟ୍ସମ୍ୟାନ ମହେନ୍ଦ୍ର ସିଂହ ଧୋନୀନିଜର ନୂଆ ଲୁକରେ ଫ୍ୟାନ୍ସମାନଙ୍କୁ ଆଶ୍ଚର୍ଯ୍ୟ କରାଇଥିଲେ। ଏକ ମାସ ପୂର୍ବରୁ ତାଙ୍କ ବଢିଯାଇଥିବା ଦାଢିରେ ଧୋନୀ ବୁଢା ଭଳି ନଜର ଆସୁଥିଲେ। ଏହାପରେ ସେ ନିଜ ଜନ୍ମଦିନ ଅବସରରେ ଫ୍ୟାନ୍ସମାନଙ୍କୁ ନୂଆ ଲୁକ୍‌ ରେ ଆଶ୍ଚର୍ଯ୍ୟ କରାଇଥିଲେ। ଏଥର ସେ ତାଙ୍କ ନୂଆ ଲୁକ୍‌ ରେ ଦାଢିକୁ କଲର୍‌ କରିଥିଲେ। ଏହାପରେ ଧୋନୀ ଲାମଲାଇଟରୁ ଦୂରେଇ ରହିଛନ୍ତି। ଧୋନୀଙ୍କ ପରି ଭାରତୀୟ ଟିମ୍‌ ର କିଛି ଅନ୍ୟ ଖେଳାଳୀ ମଧ୍ୟ ଲକଡାଉନରେ ନିଜର ଦାଢି ବଢାଇଛନ୍ତି। ଭାରତୀୟ ଟିମ୍‌ ର କ୍ୟାପଟେନ ବରାଟ କୋହଲି ମଧ୍ୟ ଏହି ଖେଳାଳୀମାନଙ୍କ ମଧ୍ୟରୁ ଜଣେ। ଯାହାଙ୍କ ନୂଆ ଲୁକ୍‌ ର ଫଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି।

ସୂଚନା ଅନୁଯାୟୀ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ବିରାଟ କୋହଲୀଙ୍କ ଫଟୋରେ ତାଙ୍କର ଅତ୍ୟଧିକ ଦାଢି ବଢିଯାଇଥିବା କାରଣରୁ ବୟସ ଅନୁସାରେ ସେ ଅଧିକ ବୟସ୍କ ଦେଖାଯାଉଛନ୍ତି। ଏହାବ୍ୟତୀତ ସେ ନିଜର କେଶ ମଧ୍ୟ ବଢାଇଛନ୍ତି। ବର୍ତ୍ତମାନ କୋହଲୀ ମୁମ୍ବାଇ ସ୍ଥିତ ଘରେ ପତ୍ନୀ ଅନୁଷ୍କା ଶର୍ମାଙ୍କ ସହ ରହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.