Below header

ଅଯୋଧ୍ୟାରେ ନିର୍ମାଣ ହେବ ମହାପ୍ରଭୁ ଶ୍ରୀରାମଙ୍କ ବିଶାଳ ମୂର୍ତ୍ତି , ଯୋଗୀ ଆଦିତ୍ୟନାଥଙ୍କ ଘୋଷଣା

ଉତ୍ତରପ୍ରଦେଶ : ଅଯୋଧ୍ୟାରେ ନିର୍ମାଣ ହେବ ମହାପ୍ରଭୁ ଶ୍ରୀରାମଙ୍କ ବିଶାଳ ମୂର୍ତ୍ତି । ଗତକାଲି ଫୈଜାବାଦ ଜିଲ୍ଲାର ନାଁ ପରିବର୍ତ୍ତନ କରିଥିବା ବେଳେ ଆଜି ଦୀପାବଳିରେ ଶ୍ରୀରାମଙ୍କ ମୂର୍ତ୍ତି ନିର୍ମାଣ ପାଇଁ ଘୋଷଣା କରିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ସରଯୁ ନଦୀ ନିକଟରେ ପ୍ରଭୁ ଶ୍ରୀରାମଙ୍କର ବିଶାଳ ମୂର୍ତ୍ତି ନିର୍ମାଣ ହେବ । ତେବେ ଏଥିପାଇଁ ସ୍ଥାନ ଚିହ୍ନଟ ହୋଇ ନାହିଁ । ଯୋଗୀ ଆଦିତ୍ୟନାଥ କହିଛନ୍ତି, ରାମ ମନ୍ଦିର ଅଯୋଧ୍ୟାରେ ଥିଲା ଓ ରହିବ । ରାମ ମନ୍ଦିର ନିର୍ମାଣ ନେଇ ଖୁବଶୀଘ୍ର ସୁପ୍ରିମକୋର୍ଟ ଚୂଡ଼ାନ୍ତ ନିଷ୍ପତ୍ତି ଶୁଣାଇବେ ବୋଲି ଆଶା ରଖିଛନ୍ତି ଯୋଗୀ ଆଦିତ୍ୟନାଥ । ସାମ୍ବିଧାନିକ ବିଧି ବ୍ୟବସ୍ଥା ଅନୁସାରେ ସରକାର ରାମ ମନ୍ଦିର ନିର୍ମାଣ ନେଇ ପଦକ୍ଷେପ ନେବେ ବୋଲି ସେ କହିଛନ୍ତି । ଗତକାଲି ଉତ୍ତରପ୍ରଦେଶ ଫୈଜାବାଦ ଜିଲ୍ଲାର ନାଁ ପରିବର୍ତ୍ତନ କରି ଅଯୋଧ୍ୟା କରିଥିଲେ । ସେହିପରି ସେଠାରେ ଦଶରଥଙ୍କ ନାଁରେ ମେଡିକାଲ କଲେଜ ଓ ଶ୍ରୀରାମଙ୍କ ନାଁରେ ବିମାନବନ୍ଦର କରିବାକୁ ଘୋଷଣା କରିଥିଲେ ଯୋଗୀ ଆଦିତ୍ୟନାଥ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.