ପିଲା ଜନ୍ମ କରିବା ପରେ ଅନ୍ଧ ହୋଇଯାଆନ୍ତି ଗୁଣ୍ଡୁଚିମୂଷା, କଣ ଆଶ୍ଚର୍ଯ୍ଯ ହୋଇଗଲେ ନା ? ଜାଣନ୍ତୁ ଗୁଣ୍ଡୁଚିକୁ ନେଇ ଆହୁରୀ ମଜଦାର କଥା

ମନ ଯେତେ ଖରାପ ଥାଉ ନା କାହିଁକି ଗୁଣ୍ଡୁଚିମୂଷାଟିଏ ଦେଖିଦେଲେ ଖୁସି ଲାଗେ । କୌଣସି ଗଛର ଆଖପାଖରେ ଡେଉଁଥିବା କିମ୍ବା ଏପଟ ସେପଟ ହେଉଥାନ୍ତି ଏମାନେ । ହରାଭରା ସ୍ଥାନରେ ରହିବାକୁ ପସନ୍ଦ କରୁଥିବା ଗୁଣ୍ଡୁଚିମୂଷା କାହାକୁ ଦେଖିଦେଲେ ଏମିତି ଦୌଡନ୍ତି ଯେମିତି କୌଣସି ଭୂତ ଦେଖିଦେଲେ । ଆଜି ଆମେ ଏହି ଚଂଚଳ ଜୀବ ଗୁଣ୍ଡୁଚିମୂଷା ବିଷୟରେ ଏମିତି କିଛି କଥା କହିବୁ ଯାହା ଆପଣ ଜାଣିନଥିବେ ।

– ଏସିଆ, ୟୁରୋପ ଏବଂ ଉତ୍ତର ଆମେରିକାରେ ଅଧିକ ଦେଖିବାକୁ ମିଳନ୍ତି ଗୁଣ୍ଡୁଚିମୂଷା ।

– ଏମାନେ ଗଛରେ ରୁହନ୍ତି ଏବଂ ୩ ରୁ ୫ ଫୁଟ ଯାଏଁ ଡେଇଁ ପାରନ୍ତି ।

– ଆଗ ଗୋଡକୁ ନିଜ ହାତ ପରି ବ୍ୟବହାର କରିଥାନ୍ତି ଗୁଣ୍ଡୁଛିମୂଷା । ଯାହା ବି ଖାଦ୍ୟ ପଦାର୍ଥ ଏହି ଦୁଇ ଗୋଡରେ ହିଁ ଖାଇଥାନ୍ତି ।

– ଗୁଣ୍ଡୁଚିର ପଛ ଗୋଡରେ ପାଂଚଟି ଆଙ୍ଗୁଠି ଥିବା ସମୟରେ ଆଗ ପାଦରେ ଥାଏ ଚାରିଟି ଆଙ୍ଗୁଠି ।

– ଘଂଟା ପ୍ରତି ୨୦ ମାଇଲ୍ ବେଗରେ ଦୌଡି ପାରନ୍ତି ଗୁଣ୍ଡୁଚିମୂଷା ।

– ଭାରତରେ ଦୁଇଟି ପ୍ରଜାତିର ଗୁଣ୍ଡୁଚିମୂଷା ଅଛନ୍ତି ।

– ପୁରା ବିଶ୍ବରେ ପ୍ରାୟ ୨୫୦ରୁ ଅଧିକ ପ୍ରଜାତିର ଗୁଣ୍ଡୁଚିମୂଷା ଦେଖାଯାଇଥାନ୍ତି ।

indian palm_squirrel

– ଏମାନଙ୍କ ମଧ୍ୟରେ ଏମିତି କିଛି ପ୍ରଜାତିର ଅଛନ୍ତି ଯେଉଁମାନେ ପକ୍ଷୀମାନଙ୍କ ପରି ଉଡିପାରନ୍ତି । ଏପରିକି ଗୋଟିଏ ଗଛରୁ ଆଉ ଗୋଟିଏ ଗଛକୁ ଡେଇଁପାରନ୍ତି ମଧ୍ୟ ।- ମନୁଷ୍ୟଙ୍କଠାରୁ ତୀବ୍ର ହେଉଛି ଏମାନଙ୍କ ନଜର । ଛୋଟରୁ ଛୋଟ ଜିନିଷ ବି ଏମାନେ ଅତି ସହଜରେ ଦେଖିପାରନ୍ତି ।

– ବର୍ଷରେ ଦୁଇ ଥର ପ୍ରଜନନ କରିଥାନ୍ତି ଏମାନେ ।

– ଯେତିକି ଲମ୍ବା ଗୁଣ୍ଡୁଚିମୂଷା ହୋଇଥାନ୍ତି ସେତିକି ବଡ଼ ସେମାନଙ୍କ ଲାଞ୍ଜ ହୋଇଥାଏ ।

– ପିଲା ଜନ୍ମ କରି ସାରିବା ପରେ ଅନ୍ଧ ହୋଇଯାନ୍ତି ଏମାନେ । ଏହା ପରେ ଧୀରେ ଧୀରେ ଦେଖିପାରନ୍ତି ।

– ତିନି ମାସ ଯାଏଁ ମା’ କ୍ଷୀର ଖାଇଥାନ୍ତି ଗୁଣ୍ଡୁଚି ଛୁଆ ।

– ବିପଦ ଅନୁଭବ ହେଲେ ତୁରନ୍ତ ଗଛରେ ଚଢିଯାଆନ୍ତି ଗୁଣ୍ଡୁଚି ।

– ନିଜ ସାଥୀକୁ ସଙ୍କେତ ଦେବା ପାଇଁ ଲାଞ୍ଜ ହଲାଇଥାନ୍ତି ଏମାନେ ।

– ଗୁଣ୍ଡୁଚିର ଆଗ ଦୁଇଟି ଦାନ୍ତ ସବୁବେଳେ ବଢୁଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.