ଦାମଙ୍କ ବାଣ, କହିଲେ ନଭେମ୍ବର ସୁଦ୍ଧା ଗଢ଼ିବେ ନୂଆ ଦଳ

ନଭେମ୍ବର ସୁଦ୍ଧା ନୂଆ ଦଳ ଗଢ଼ିବେ ବିଜେଡିରୁ ବହିଷ୍କୃତ ନେତା ଦାମୋଦର ରାଉତ । ସେ କହିଛନ୍ତି, ବନ୍ଧୁମାନଙ୍କ ସହ ବସି ନୂଆଦଳ ବିଷୟରେ କଥା ହେବେ । ବିଜୁବାବୁଙ୍କ ଆଦର୍ଶ ଆପଣାଉଥିବା ଲୋକଙ୍କୁ ଦଳରେ ନିଆଯିବ ବୋଲି ଦାମୋଦର ରାଉତ କହିଛନ୍ତି । ଏହା ସହ ସେ କହିଛନ୍ତି, ତାଙ୍କର ବିଶ୍ୱାସ ଅଛି ନୂଆ ଦଳରେ ବିଜୁବାବୁଙ୍କ ନାଁ ରହିବ । ବିଜୁ ଆଦର୍ଶ ବିରୋଧୀଙ୍କ ବିରୋଧରେ ଲଢ଼େଇ ହେବ । ଓଡ଼ିଶାର ସ୍ୱାଭିମାନ ପାଇଁ ଲଢୁଥିବା ଲୋକଙ୍କୁ ଦଳରେ ସାମିଲ କରାଯିବ ବୋଲି ଦାମୋଦର ରାଉତ କହିଛନ୍ତି ।

Leave A Reply

Your email address will not be published.