ବିବାହ ଉଦ୍ଦେଶ୍ୟରେ ଜୋର ଜବରଦସ୍ତ ଧର୍ମାନ୍ତରୀକରଣକୁ ଅପରାଧ ଘୋଷଣା ହେବ, ଯୋଗୀ ସରକାର ଆଣିଲେ ଅଧ୍ୟାଦେଶ

କେନ୍ୟୁଜ୍(ବ୍ୟୁରୋ): ଜୋର ଜବରଦସ୍ତ ଧର୍ମାନ୍ତରୀକରଣ ରୋକିବାକୁ ଆସିଲ ଆଇନ୍‌ । ଉତ୍ତର ପ୍ରଦେଶ ଯୋଗୀ ସରକାର ଆଣିଲେ ଅଧ୍ୟାଦେଶ । ଉତ୍ତର ପ୍ରଦେଶ ଉପନିର୍ବାଚନରେ ପ୍ରଚାର ବେଳେ ଲଭ ଜିହାଦ ବିରୋଧରେ ଆଇନ୍‌ ଆଣିବେ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ପ୍ରତିଶୃତିକୁ ମାସେ ପୂରିବା ପୂର୍ବରୁ ଅଧ୍ୟାଦେଶ ଆଣିଛନ୍ତି ।

ଏହି ଅଧ୍ୟାଦେଶ ବଳରେ ବିବାହ ଉଦ୍ଦେଶ୍ୟରେ ଜୋର ଜବରଦସ୍ତ ଧର୍ମାନ୍ତରୀକରଣକୁ ଅପରାଧ ଘୋଷଣା ହେବ । ଯାହାକୁ ଲଭ ଜିହାଦ କୁହାଯାଉଛି । ଏଥିରେ ୧୦ ବର୍ଷ ଜେଲ ଓ ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନ ଦଣ୍ଡ ବ୍ୟବସ୍ଥା ରହିଛି। ସମୁହ ଧର୍ମାନ୍ତରୀକରଣ ପାଇଁ ୧୦ ବର୍ଷ ଜେଲ ସହ ୫୦ ହଜାର ଟଙ୍କା ଜରିମାନା ଦଣ୍ଡ ବ୍ୟବସ୍ଥା ରହିଛି ।

Leave A Reply

Your email address will not be published.