Below header

ଆଣ୍ଡାମାନ ନିକୋବରରେ ସ୍ଥଳସେନା ପକ୍ଷରୁ ବ୍ରହ୍ମୋସ ପୁପରନୋସିକ କ୍ରୁଜ ମିଶାଇଲ୍‌ର ଆରମ୍ଭ ହେଲା ଲାଇଭ ଟେଷ୍ଟ

କେନ୍ୟୁଜ୍(ବ୍ୟୁରୋ):  ବ୍ରହ୍ମୋସ ପୁପରନୋସିକ କ୍ରୁଜ ମିଶାଇଲ୍‌ର ଲାଇଭ ଟେଷ୍ଟ ଆରମ୍ଭ ହେଲା । ଆଜି ଆଣ୍ଡାମାନ ନିକୋବରରେ ସ୍ଥଳସେନା ପକ୍ଷରୁ ଏହାର ପରୀକ୍ଷା ହୋଇଛି । ଏହାର ଲ୍ୟାଣ୍ଡ ଆଟାକ ଭର୍ସନ ପରୀକ୍ଷା ହୋଇଛି । ଚଳିତ ସପ୍ତାହରେ ନୌସେନା ଓ ବାୟୁସେନା ଏହାର ପରୀକ୍ଷା କରିବେ । ପ୍ରତିରକ୍ଷା ମନ୍ତ୍ରାଳୟ ସୂତ୍ରରୁ ଏହା ଜଣାପଡ଼ିଛି ।

ଭାରତୀୟ ସମୁଦ୍ର ଅଞ୍ଚଳରେ ଏହାର ପରୀକ୍ଷା ହେବ । ଶବ୍ଦର ପ୍ରାୟ ୩ ଗୁଣ ବେଗରେ ଗତି କରିପାରେ ଏହି କ୍ଷେପଣାସ୍ତ୍ର । ଲଦାଖ ଓ ଅରୁଣାଚଳ ସୀମାରେ ବ୍ରହ୍ମୋସ ଲ୍ୟାଣ୍ଡ ଆଟାକ ମିଶଇଲ ମୁତୟନ ହୋଇ ସାରିଛି । ଚୀନ୍‌ ସହ ସୀମା ଉତ୍ତେଜନା ଲାଗି ରହିଥିବା ବେଳେ ଘନଘନ କ୍ଷେପଣାସ୍ତ୍ର ପରୀକ୍ଷଣ କରୁଛି ଭାରତ । .

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.