ଚାଲୁଥିବା ବେଳେ ଆସିଲା ଛିଙ୍କ, ରାସ୍ତାରେ ଟଳିପଡିଲେ ଯୁବକ : ଭିଡିଓ ଭାଇରଲ

ମୃତ୍ୟୁ ସୁନିଶ୍ଚିତ । ହେଲେ କେଉଁଠି, କେତେବେଳେ ଆସିବ, ତାହା କେହି ଜାଣିପାରିବେ ନାହିଁ । ଏମିତି ଏକ ଘଟଣା ଉତ୍ତରପ୍ରଦେଶ ମେରଠରେ ଦେଖିବାକୁ ମିଳିଛି। ଯାହାର ଭିଡିଓ ଭାଇରଲ ହେବାରେ ଲାଗିଛି । ଜଣେ ଯୁବକ ରାସ୍ତାରେ ଯାଉଥିବା ସମୟରେ ଛିଙ୍କ ଆସିବାରୁ ତାଙ୍କର ମୃତ୍ୟୁ ହୋଇଛି।
ଖବର ମୁତାବକ, ଉତ୍ତରପ୍ରଦେଶ ମେରଠର ଏକ ଗଳିରେ ୪ ଜଣ ଯୁବକ ସାଙ୍ଗ ହୋଇ ଚାଲିକରି ଯାଇଥିଲେ। ଏମାନଙ୍କ ମଧ୍ୟରୁ ଜଣକୁ ଛିଙ୍କ ଆସିଥିଲା। ଯୁବକ ଜଣକ ଛିଙ୍କ ଆସିବା ଯୋଗୁଁ ପ୍ରଥମେ ମୁହଁରେ ହାତ ରଖି ଛିଙ୍କିବା ପରେ ଛାତିରେ ହାତ ରଖିଥିଲେ ଆଉ ତାପରେ ବେକକୁ ଧରିବାର କିଛି ସମୟରେ ତଳେ ପଡିଯାଇଥିଲେ। ସାଥିରେ ଯାଉଥିବା ସାଙ୍ଗମାନେ ଡାକିବା ସତ୍ତ୍ୱେ ମଧ୍ୟ ଉଠିନଥିଲେ। ଛିଙ୍କ ଆସିବା ପରେ ଯୁବକଙ୍କୁ ହୃଦଘାତ ହେବା ଯୋଗୁଁ ମୃତ୍ୟୁ ହୋଇଥାଇପାରେ ବୋଲି ଆକଳନ କରାଯାଉଛି। ଯାହାର ଭିଡିଓ ସିସି ଟିଭି କଏଦ ହୋଇଛି ।
जिंदगी का कोई भरोसा ही नहीं..
चलते-फिरते मौत आ गई.. pic.twitter.com/jC3BTlFlVd
— Shubhankar Mishra (@shubhankrmishra) December 4, 2022
ଭିଡିଓରେ ଦେଖିବାକୁ ମିଳିଛି, ଚାରିଜଣ ଯୁବକ ଏକ ଗଳି ରାତି ସମୟରେ ଏକାଠି ଯାଉଥିଲେ। ପରସ୍ପର ସହିତ ସେମାନେ କଥା ହେଉଥିଲେ। ପରସ୍ପର କାନ୍ଧରେ ମଧ୍ୟ ହାତ ପକାଇ ଚାଲୁଥିଲେ। ଏହି ସମୟରେ ଜଣେ ଯୁବକଙ୍କୁ ଛିଙ୍କ ଆସିବା ଯୋଗୁଁ ପ୍ରଥମେ ମୁହଁରେ ହାତ ରଖି ଛିଙ୍କିବା ପରେ ଛାତିରେ ହାତ ରଖିଥିଲେ ଆଉ ତାପରେ ବେକକୁ ଧରିବାର କିଛି ସମୟରେ ତଳେ ପଡିଯାଇଥିଲେ। ହେଲେ ସାଙ୍ଗମାନେ କିଛି ବି ବୁଝିପାରିନଥିଲେ। ତାଙ୍କୁ ଉଠାଇବା ପାଇଁ ଚେଷ୍ଟା କରିଥିଲେ । ଆଉ ମାତ୍ର ୨ ସେକେଣ୍ଡରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହି ଘଟଣା ସ୍ଥାନୀୟ ଜଣକ ଘରେ ଲାଗିଥିବା ସିସି ଟିଭିରେ କଏଦ ହୋଇଥିଲା ।
ଯୁବକ ଜଣକ ତଳେ ପଡିଯିବା ପରେ ଅନ୍ୟ ୩ ଜଣ ସାଙ୍ଗ ତାଙ୍କୁ ତୁରନ୍ତ କୋଳରେ ଉଠାଇ ବାଇକ ଯୋଗେ ହସପିଟାଲକୁ ନେଇଯାଇଥିଲେ। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତ ଯୁବକଙ୍କ ନାମ ଜୁବୈର । ତେବେ ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ନଥିବା ବେଳେ ହୃଦଘାତ ଯୋଗୁଁ ଏହା ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି ।