ଗଣତନ୍ତ୍ରର ମହାନ ପର୍ବରେ ସାମିଲ ହେଲେ ପ୍ରଧାନମନ୍ତ୍ରୀ, ଧାଡ଼ିରେ ଛିଡ଼ା ହୋଇ ଭୋଟ୍‌ ଦେଲେ ମୋଦି

ନୂଆଦିଲ୍ଲୀ : ଗୁଜୁରାଟରେ ଦ୍ୱିତୀୟ ତଥା ଶେଷ ପର୍ଯ୍ୟାୟ ଭୋଟିଂ । ଅହମ୍ମଦାବାଦରେ ମତସାବ୍ୟସ୍ତ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଧାଡ଼ିରେ ଛିଡ଼ା ହୋଇ ଭୋଟ୍‌ ଦେଇଛନ୍ତି ପ୍ରଧାନମନ୍ତ୍ରୀ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଓ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ ମଧ୍ୟ ଭୋଟ ଦେଇଛନ୍ତି । ୧୪ ଜିଲ୍ଲାର ୯୩ ଆସନ ପାଇଁ ଚାଲିଛି ଭୋଟ ଗ୍ରହଣ । ମୈଦାନରେ ଅଛନ୍ତି ୮୩୩ ପ୍ରାର୍ଥୀ । ୨ କୋଟି ୫୪ ଲକ୍ଷ ଭୋଟର ପ୍ରାର୍ଥୀ ଓ ରାଜନୈତିକ ଦଳଙ୍କ ଭାଗ୍ୟ ନିର୍ଣ୍ଣୟ କରୁଛନ୍ତି ।

ଏହି ପର୍ଯ୍ୟାୟରେ ରହିଛି ବଦୋଦରା, ଅହମ୍ମଦାବାଦ ଓ ଗାନ୍ଧିନଗର ଭଳି ଗୁରୁତ୍ୱପୂର୍ଣ୍ଣ ସିଟ୍‌ । ଦ୍ୱିତୀୟ ପର୍ଯ୍ୟାୟରେ ଲଢେଇ କରୁଛନ୍ତି ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ । ଅନ୍ୟ ପ୍ରମୁଖ ନେତାଙ୍କ ଭିତରେ ପଟିଦାର ନେତା ହାର୍ଦ୍ଦିକ ପଟେଲ ଏବଂ ଓବିସି ନେତା ଅଳ୍ପେଶ ଠାକୁର ଅଛନ୍ତି । ବିଜେପି, ଆପ୍‌ ଓ କଂଗ୍ରେସ ମଧ୍ୟରେ ଚାଲିଛି କଡ଼ା ଟକ୍କର । ସରକାର ଗଠନ କରିବା ନେଇ ୩ ଦଳ ଦାବି କରୁଛନ୍ତି । ସଂଧ୍ୟା ୫ଟା ପର୍ଯ୍ୟନ୍ତ ଚାଲିବ ଭୋଟିଂ । ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ବ୍ୟାପକ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ପ୍ରଥମ ପର୍ଯ୍ୟାୟରେ ୮୯ ଆସନ ପାଇଁ ଭୋଟିଂ ହୋଇଥିଲା । ଆଜି ଭୋଟିଂ ପରେ ଆସନ୍ତା ୮ ତାରିଖରେ ଗଣତି ହୋଇ ଫଳାଫଳ ପ୍ରକାଶ ପାଇବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.