Below header

ସାଙ୍ଗ ସାଜିଲା ବଇରି, ପ୍ରେମିକା ପାଇଁ ଭୁଲିଗଲା ବନ୍ଧୁତ୍ବ

ନୂଆଦିଲ୍ଲୀ: ଦିଲ୍ଲୀରେ ଜଣେ ଝିଅ ପାଇଁ ଆରମ୍ଭ ହୋଇଥିବା ଝଗଡ଼ାର ଭୟାବହ ପରିଣାମ ଦେଖିବାକୁ ମିଳିଛି । ଜଣେ ସାଙ୍ଗ ନିଜ ସାଙ୍ଗକୁ ହତ୍ୟା କରିବା ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ଦିଲ୍ଲୀର ପଟେଲ ନଗର ଅଞ୍ଚଳରେ ଏହି ଘଟଣା ଘଟିଥିବା ବେଳେ ଏବେ ଅଭିଯୁକ୍ତ ଫେରାର ଥିବା ନେଇ ସୂଚନା ମିଳିଛି ।ରିପୋର୍ଟ ଅନୁଯାୟୀ ମୃତ ଶୁଭମ ନିଜ ଶ୍ରେଣୀର ଜଣେ ଯୁବତୀଙ୍କୁ ଭଲ ପାଉଥିଲେ। ଗତ ମଙ୍ଗଳବାର ଦିନ ସେହି ଯୁବତୀ ଶୁଭମଙ୍କ ସାଙ୍ଗ ଅମନଙ୍କ ସହ ଟିଉସନ୍‌ କ୍ଲାସ୍‌ ବାହାରେ କଥା ହେଉଥିବା ଦେଖି ଶୁଭମଙ୍କୁ ଆସି ତାଙ୍କର ଆଉ ଜଣେ ସାଙ୍ଗ ଜଣାଇଥିଲେ ।

ଏହାସହ ପଢନ୍ତୁ: ୱାଇଫାଇ ପାସୱାର୍ଡ ପାଇଁ ହୋଇଥିଲା ଝଗଡ଼ା: ସାନ ଭାଇ କରିଥିଲା ଭଉଣୀକୁ ହତ୍ୟା

ଯାହା ପରେ ଶୁଭମ ନିଜର ଦୁଇ ବନ୍ଧୁକୁ ନେଇ ଅମନଙ୍କ ସହ ଝଗଡ଼ା କରିବା ଆରମ୍ଭ କରି ଦେଇଥିଲେ । ଏହା ସହ ନିଜ ପ୍ରେମିକାକୁ ଡ଼ାକି ଅମନ ସହ କ’ଣ ପାଇଁ କଥା ହେଉଥିଲ ବୋଲି ମଧ୍ୟ ପଚାରିଥିଲେ । ତେବେ ଏହି ଘଟଣାର ପ୍ରତିଶୋଧ ନେବା ପାଇଁ ଅମନ ଶୁଭମଙ୍କୁ ବୁଧବାର ପଟେଲ ନଗରକୁ ଡ଼ାକିଥିଲେ । ଶୁଭମ ପହଞ୍ଚିବା ପରେ ଦୁହିଁଙ୍କ ମଧ୍ୟରେ ପୁଣି ବଚସା ଆରମ୍ଭ ହୋଇ ଯାଇଥିଲା । ଯାହା ପରେ ରାଗରେ ଅମନ ଧାରୁଆ ଛୁରୀରେ ଶୁଭମଙ୍କୁ ଆକ୍ରମଣ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.