ଅଭିନେତ୍ରୀ ବିଦ୍ୟା ସିହ୍ନାଙ୍କ ପରଲୋକ, ଅନ୍ତିମ ସଂସ୍କାରରେ ସାମିଲ୍ ହେଲେ ବହୁ ସେଲିବ୍ରେଟି

ମୁମ୍ବାଇ: ଅଭିନେତ୍ରୀ ବିଦ୍ୟା ସିହ୍ନାଙ୍କର ଗୁରୁବାର ଦିନ ୭୨ବର୍ଷ ବୟସରେ ନିଧନ ହୋଇଛି। ବିଦ୍ୟାଙ୍କୁ ମୁମ୍ବାଇର କ୍ରିଟିକେୟାର ହସ୍ପିଟାଲରେ ଭେଣ୍ଟିଲେଟରରେ ରଖାଯାଇଥିଲା। ତାଙ୍କର ହାର୍ଟ ସମ୍ବନ୍ଧୀୟ ସମସ୍ୟା ରହିଥିଲା । ବିଦ୍ୟାଙ୍କ ପରସନାଲ୍ ଲାଇଫ୍ ବହୁତ କଷ୍ଟରେ କଟିଥିଲା । ସେ ଦୁଇଟି ବିବାହ କରିଥିଲେ ।

Vidya-Sinha2ବିଦ୍ୟା ସିହ୍ନା ନିଜର ପଡୋଶୀରେ ରହୁଥିବା ଭେଙ୍କଟେଶ୍ବର ଆୟରଙ୍କ ସହିତ ୧୯୬୮ ମସିହାରେ ପ୍ରେମ ବିବାହ କରିଥିଲେ । ଏହାପରେ ୧୯୮୯ରେ ସେ ପୋଷ୍ୟ ଭାବେ ଏକ କନ୍ୟା ସନ୍ତାନକୁ ଗ୍ରହଣ କରିଥିଲେ । ଯାହାଙ୍କ ନାମ ଜାହ୍ନବୀ ରଖିଥିଲେ । ବିଦ୍ୟାଙ୍କ ପତି ଭେଙ୍କଟେଶ୍ବର ଆୟର ଅସୁସ୍ଥ ହେବାକୁ ଲାଗିଲେ । ସେ ତାଙ୍କ ଝିଅ ଏବଂ ସ୍ବାମୀଙ୍କର ନିତିଦିନ ସେବା କରିବାରେ ଲାଗି ପଡୁଥିଲେ । କିନ୍ତୁ ୧୯୯୬ରେ ଭେଙ୍କଟେଶ୍ବରଙ୍କୁ ନିଧନ ହୋଇଯାଇଥିଲା । ସ୍ବାମୀଙ୍କୁ ମୃତ୍ୟୁ ପରେ ବଦ୍ୟା ଅବସାଦ ଭିତରକୁ ଗତି କରିଥିଲେ ।

heroine-vidya-sinha

ଏହାସହ ପଢନ୍ତୁ : ମାଡାମ୍‌ ତୁଷାଦ୍‌ ସିଙ୍ଗାପୁର: ୫ ମାସରେ ୨୦ଜଣ ଏକ୍ସପର୍ଟ ପ୍ରସ୍ତୁତ କଲେ ‘ଶ୍ରୀଦେବୀ’ଙ୍କ ମହମ ପ୍ରତିମୂର୍ତ୍ତି,…

ଏହାପରେ ବିଦ୍ୟା ସିଡନୀ ଚାଲି ଯାଇଥିଲେ । ସେଠାରେ ତାଙ୍କର ପରିଚୟ ଅଷ୍ଟ୍ରେଲିୟାର ଡାକ୍ତର ନେତାଜୀ ଭୀମରାୱ ସାଲୁଙ୍କେଙ୍କ ସହିତ ହୋଇଥିଲା । କିଛି ସମୟରେ ପରେ ଦୁହେଁ ବିବାହ କରିଥିଲେ । ଏହି ବିବାହ ପରେ ବିଦ୍ୟା ଖୁବ୍ ସମସ୍ୟାରେ ରହୁଥିଲେ । କିଛି ଦିନ ଏପରି କାଟିବା ପରେ ୯ ଜାନୁୟାରୀ ୨୦୦୯ରେ ବିଦ୍ୟା ତାଙ୍କର ଦ୍ବିତୀୟ ସ୍ବାମୀଙ୍କ ବିରୋଧରେ ଶାରୀରିକ ଏବଂ ମାନସିକ ଉତ୍ପୀଡନ ନେଇ ପୋଲିସ୍ ନିକଟରେ ଅଭିଯୋଗ କରିଥିଲେ । ଏହାପରେ ଉଭୟଙ୍କ ଭିତରେ ଛାଡପତ୍ର ହୋଇ ଯାଇଥିଲା ।

bidya sinhaତେବେ ତାଙ୍କ ନିଧନରେ ଟିଭି ଓ ସିନେ ଜଗତରେ ଗଭୀର ଶୋକର ଛାୟା ଖେଳିଯାଇଛି । ତାଙ୍କର ଅନ୍ତିମ ସଂସ୍କାର ଗୁରୁବାର ଦିନ ହିଁ ସମାପ୍ତ ହୋଇଥିବା ଜଣାପଡିଛି । ଏହି ଅବସରରେ ଟିଭି ଜଗତର ବହୁ ସେଲିବ୍ରେଟି ବିଦ୍ୟାଙ୍କର ଶେଷ ଦର୍ଶନ କରିବାକୁ ଆସିଥିଲା । ସୂଚନା ଥାଉକି ବିଦ୍ୟାଙ୍କର ଶେଷ ସିରିଏଲ୍ କୁଲଫି କୁମାର ବାଜେୱାଲାରେ ଥିଲା ।

bidya

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.