ଖୋର୍ଦ୍ଧା: ଦୁର୍ବଳ ନଦୀବନ୍ଧ ଓ ସମ୍ଭାବ୍ୟ ବନ୍ୟାକୁ ନେଇ ଭୟଭୀତ ଅବସ୍ଥାରେ ଚିତଳପୁର ଗ୍ରାମବାସୀ

ଖୋର୍ଦ୍ଧା(କେନ୍ୟୁଜ୍): ବର୍ଷାଦିନେ ବଢ଼େ ନଈକୂଳିଆ ଲୋକଙ୍କ ଚିନ୍ତା । ଦୁର୍ବଳ ନଦୀବନ୍ଧ ଓ ସମ୍ଭାବ୍ୟ ବନ୍ୟାକୁ ନେଇ ଭୟଭୀତ ଖୋର୍ଦ୍ଧା ବାଲିପାଟଣା ବ୍ଲକ ଚିତଳପୁର ଗ୍ରାମବାସୀ । ଏହି ଗାଁ ଦେଇ ପ୍ରବାହିତ ହେଉଛି ଭାର୍ଗବୀ ନଦୀ । ପ୍ରତିବର୍ଷ ବନ୍ଧ ଦୁର୍ବଳ ହେଉଥିବାରୁ ଲୋକଙ୍କ ମନରେ ଭୟ ରହୁଛିି । ଚଳିତବର୍ଷ ଚିତଳପୁର ଗାଁ ନିକଟରେ ଦୁଇଶହ ମିଟର ପାଖାପାଖି ନଦୀବନ୍ଧ ଦୁର୍ବଳ ରହିଛି। ଯାହା ଲୋକଙ୍କ ଚିନ୍ତା ବଢ଼ାଇଛି। ନଦୀବନ୍ଧରେ ଥିବା ୨ଶହ ମିଟର ଦୁର୍ବଳ ବନ୍ଧକୁ ଜଳସମ୍ପଦ ବିଭାଗ ପକ୍ଷରୁ ଚିହ୍ନଟ କରାଯାଇ ବଳଙ୍ଗା ଜଳସମ୍ପଦ ବିଭାଗ ମରାମତି କରିଛି। ଏହା ସହ ଯଦି ବନ୍ୟା ଆସେ, ସେଥିପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି ଜଳ ସମ୍ପଦ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ।

Leave A Reply

Your email address will not be published.