ସରିଲା ପ୍ରଚାର : ୭ରେ ରାଜସ୍ଥାନ ଓ ତେଲେଙ୍ଗାନାରେ ଭୋଟ୍‌

ନୂଆଦିଲ୍ଲୀ : ରାଜସ୍ଥାନ ଓ ତେଲେଙ୍ଗାନାରେ ଆଜି ନିର୍ବାଚନ ପ୍ରଚାର ଶେଷ ହୋଇଛି । ଆସନ୍ତା ୭ ତାରିଖ ଦିନ ଏଠାରେ ଭୋଟ୍‌ ଗ୍ରହଣ ହେବ । ତେଣୁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ବଡ଼ ବଡ଼ ନେତାମାନେ ଆଜି ସର୍ବସାଧାରଣରେ ଭୋଟର୍‌ଙ୍କୁ ଆକୃଷ୍ଟ କରିବା ପାଇଁ ଜୋରସୋର ଉଦ୍ୟମ କରିଥିଲେ । ବିଜପି ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜସ୍ଥାନର ସୁମେରପୁର ଏବଂ ଦୌସାରେ ନିର୍ବାଚନ ପ୍ରଚାର କରିଛନ୍ତି । ବିଜେପି ରାଷ୍ଟ୍ରୀୟ ସଭାପତି ଅମିତା ଶାହା ଆଜେମେର, ରାଜନାଥ ସିଂହ ବସୁନ୍ଧରା ରାଜେ, ସ୍ମୃତି ଇରାନୀ, ରମଣ ସିଂହ ପ୍ରମୁଖ ରାଜ୍ୟର ବିଭିନ୍ନ ଅଞ୍ଚଳ ବୁଲି ଭୋଟ୍‌ ଭିକ୍ଷା କରିଛନ୍ତି ।

ELECTION-3
ସେହିପରି କଂଗ୍ରେସର ଅଶୋକ ଗେହଲୋଟ୍‌, ସଚିନ୍‌ ପାଇଲଟ୍‌, ମୁକୁଲ ଓ୍ଵାସନିକ, ହରୀଶ ରାଓ୍ଵତ, ରାଜ ବବ୍ଦର ପ୍ରମୁଖ ରାଜସ୍ଥାନରେ ପ୍ରଚାର କରିଛନ୍ତି ।
ତେଲେଙ୍ଗାନାରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜସିଂହ ଚୌହାନ ପ୍ରମୁଖ ପ୍ରଚାରରେ ସାମିଲ ଥିଲେ । ରାହୁଲ କୋଡାଡ ଠାରେ ଟିଡିପି ସଭାପତି ଚନ୍ଦ୍ର ବାବୁ ନାଇଡୁଙ୍କ ସହିତ ମିଶି ପ୍ରଚାର କରିଥିଲେ ।

ELECTION-4
ଛତିଶଗଡ଼, ମଧ୍ୟପ୍ରଦେଶ ଓ ମିଜୋରାମ ସହ ରାଜସ୍ଥାନ ଓ ତେଲେଙ୍ଗାନା ନିର୍ବାଚନର ଭୋଟ୍‌ ଗଣତି ଆସନ୍ତା ୧୧ ତାରିଖରେ ହେବ ।

Leave A Reply

Your email address will not be published.