Below header

ଗର୍ଭବତୀଙ୍କୁ ଷ୍ଟ୍ରେଚର୍‌ରେ ବୋହି ନେଲେ ଯବାନ୍‌

ଛତିଶଗଡ଼ : ଛତିଶଗଡ଼ରେ ମାଓବାଦୀଙ୍କ ଦମନ ପାଇଁ ମୁତୟନ ଅଛନ୍ତି ଆଇଟିବିପି-୪୧ ବାଟାଲିୟନ୍‌ର ଯବାନ । ଏମାନେ କେବଳ ମାଓବାଦୀଙ୍କ ସହ ଲଢ଼େଇ କରୁ ନାହାନ୍ତି ସେଠାକାର ସାଧାରଣ ଲୋକଙ୍କୁ ମଧ୍ୟ ବିପଦ ଆପଦରେ ସାହା ହେଉଛନ୍ତି । ଶୁକ୍ରବାର ଦିନ ଏମାନେ ଖବର ପାଇଲେ ଜଣେ ଆସନ୍ନ ପ୍ରସବା ଗର୍ଭ କଷ୍ଟ ପାଉଛି । ଆମ୍ବୁଲାନ୍ସ ତାଙ୍କ ଗାଁ କୋଣ୍ଡାଗାଓଁରେ ପହଞ୍ଚିବା କଷ୍ଟକର ଥିଲା । ଅତି ଖରାପ କାଦୁଅ ରାସ୍ତା । ତେଣୁ ଯବାନ୍‌ମାନେ ନିଜେ ଷ୍ଟ୍ରେଚରରେ ଧରି ବୋହି ବୋହି ମହିଳା ଜଣଙ୍କୁ ବେଶ୍‌ କେଇ କିଲୋମିଟର ନେଇ ଆସିଥିଲେ । ପରେ ମହିଳା ଜଣକ ଗୋଟିଏ ଶିଶୁକୁ ଜନ୍ମ ଦେଇଥିଲେ । ଉଭୟ ମା ଓ ପିଲା ଗୁରୁତର ଅବସ୍ଥାରେ ଥିବା ବେଳେ ଆଇଟିବିପି ଆମ୍ବୁଲାନ୍ସରେ ସେମାନଙ୍କୁ ନିକଟସ୍ଥ ମର୍ଦ୍ଦପାଳ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା । ଯବାନ୍‌ଙ୍କ ଏଭଳି କାର୍ଯ୍ୟକୁ ସମସ୍ତେ ପ୍ରଶଂସା କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.