Below header

ସାମାଜିକ ଦୂରତା ରକ୍ଷା କରି କିସ୍‌ରେ ପାଳିତ ହେଲା ମଧୁବାବୁ ଜୟନ୍ତୀ

ଭୁବନେଶ୍ୱର (କେନ୍ୟୁଜ୍‌) : ଆଜି ଓଡ଼ିଶାର ଅନ୍ୟତମ ବରପୁତ୍ର ମଧୁବାବୁଙ୍କ ଜୟନ୍ତୀ। ଅବିଭକ୍ତ କଟକ ଜିଲ୍ଲାର ଏକ ଅଖ୍ୟାତ ପଲ୍ଲୀ ସତ୍ୟଭାମାପୁରରେ ୧୮୪୭ ମସିହା ଅପ୍ରେଲ ୨୮ ତାରିଖରେ ଜନ୍ମଗ୍ରହଣ କରିଥିଲେ ମଧୁବାବୁ। ଆଜି ତାଙ୍କର ଜୟନ୍ତୀକୁ କିସ୍‌ରେ ପାଳନ କରାଯାଇଛି । କିସ ପରିସରରେ ଥିବା ମଧୁ ବାବୁଙ୍କ ପ୍ରତିମୂର୍ତ୍ତିରେ କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ତଥା ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ ପୁଷ୍ପମାଲ୍ୟ ଅପର୍ଣ କରିଥିଲେ । ଏହି ଅବସରରେ ମଧୁ ବାବୁଙ୍କ ସ୍ମୃତି ଚାରଣ କରାଯାଇଥିଲା । ସାମାଜିକ ଦୂରତା ରକ୍ଷା କରି କିଟ୍‌ ଓ କିସର ଅଳ୍ପ ସଂଖ୍ୟକ କର୍ମଚାରୀ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.