ଦକ୍ଷିଣାଞ୍ଚଳ ଡିଆଇଜି ସତ୍ୟବ୍ରତ ଭୋଇଙ୍କ ଗଜପତି ଗସ୍ତ

ଗଜପତି ଜିଲ୍ଲା ଦିନିକିଆ ଗସ୍ତରେ ଦକ୍ଷିଣାଞ୍ଚଳ ଡିଆଇଜି ସତ୍ୟବ୍ରତ ଭୋଇ ଆସି ଆନ୍ଧ୍ର ଓଡିଶା ସୀମାନ୍ତଗୁଡିକ ବୁଲି ଦେଖିବା ସହ ଏକ ସମୀକ୍ଷା ବୈଠକ ଗଜପତି ଜିଲ୍ଲା ଏସପିଙ୍କ କାର୍ଯ୍ୟାଳୟରେ କରିଥିଲେ । ପାରଳାଖେମୁଣ୍ଡିକୁ ଲାଗି ରହିଥିବା ପଡୋଶୀ ଆନ୍ଧ୍ରପ୍ରଦେଶର ପାତପଟନାମ୍ ମଣ୍ଡଳରେ ୪ ଗୋଟି କରୋନା ପଜେଟିଭ୍ ମାମଲା ଆସିବା ପରେ ବିଭିନ୍ନ ସୀମାରେ ପୋଲିସ ମୁତୟନ ଓ ଗଳାବାଟ ଗୁଡିକର ସିଲ୍‌ ପ୍ରକ୍ରିୟା ବିଷୟରେ ଜିଲ୍ଲାପାଳ ଅନୁପମ ସାହା ଓ ଏସପି ସାରା ଶର୍ମାଙ୍କ ସହ ଦୀର୍ଘ ସମୟ ଧରି ଆଲୋଚନା କରିଥିଲେ । ୨ୟ ପର୍ଯ୍ୟାୟ ଲକଡାଉନ ଜାରି ରହିଥିବା ଯୋଗୁଁ ନିୟମକୁ କିପରି କଡାକଡି ଲାଗୁକରାଯିବା ସହ ପରିଚାଳନା କରାଯାଉଛି ସେ ବିଷୟରେ ମଧ୍ୟ ଶ୍ରୀ ଭୋଇ ଆଲୋଚନା କରିଥିଲେ ଏବଂ ଜିଲ୍ଲା ପ୍ରଶାସନ ଓ ପୋଲିକ ପକ୍ଷରୁ ହୋଇଥିବା ବ୍ୟବସ୍ଥା ଗୁଡିକର ସମୀକ୍ଷା କରିବା ପରେ ସନ୍ତୋଷ ପ୍ରକାଶ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.