Below header

୯ ଟି ବୁଲା କୁକୁରଙ୍କ ପ୍ରେମରେ ଛନ୍ଦି ହୋଇଛନ୍ତି ଏହି ମହିଳା, ଖାଦ୍ୟ ଦେବା ପାଇଁ କରୁଛନ୍ତି ସଂଘର୍ଷ

କଟକ ଜିଲ୍ଲାର ଆଠଗଡ଼ ବ୍ଲକ୍ ଅନ୍ତର୍ଗତ ତରଡିଙ୍ଗ ଗାଁର ପୁଷ୍ପଲତା ପରିଡ଼ା, ଅବିବାହିତ ସମୟରେ ବାପ ଘରେ ଥିବା ବେଳେ ନିଜ ଗାଁରେ ରହିଥିବା ବୁଲା କୁକୁରଙ୍କୁ ସେ ଖୁବ୍ ସ୍ନେହ ଆଦର କରୁଥିଲେ, ଆଉ ବିବାହ ପରେ ଶାଶୁ ଘରକୁ ଆସିବା ପରେ ବି ଆଜକୁ ପ୍ରାୟ ପନ୍ଦର ବର୍ଷ ଧରି ଗାଁର ବୁଲା କୁକୁରଙ୍କ ସ୍ନେହରେ ଛନ୍ଦି ହୋଇ ରହିଛନ୍ତି ।

ଦୁନିଆର ସବୁଠୁ ବିଶ୍ଵସ୍ତ ପ୍ରାଣୀ ହେଉଛି କୁକୁର । ପ୍ରାଣୀ ଜଗତରେ ଆଜିର ଆଧୁନିକ ସମାଜର ମଣିଷ ମଣିଷ ସହିତ ବିଶ୍ୱାସ ଘାତକ କରିପାରେ, ଉପକାରକୁ ଭୁଲି ଯାଇ ପାରେ, କିନ୍ତୁ କୁକୁର ନୁହେଁ, l ତେବେ ଆଜି ଆମେ ଏମିତି ଜଣେ ମହିଳାଙ୍କ ବିଷୟରେ ଜଣାଇବୁ ଯିଏ ବୁଲା କୁକୁରଙ୍କ ପ୍ରେମରେ ପାଗଳ । ୯ ଟି ବୁଲା କୁକୁରଙ୍କ ପ୍ରେମରେ ଛନ୍ଦି ହୋଇ ଯାଇଛନ୍ତି ଏହି ମହିଳା ଜଣଙ୍କ । ବର୍ତ୍ତମାନ ସମୟରେ ଅନେକ ଲୋକ ଅଛନ୍ତି ଯେଉଁମାନେ ବିଦେଶୀ କୁକୁରଙ୍କୁ ଘରେ ରଖିବାକୁ ଭଲ ପାଆନ୍ତି । ନିଜ ସଉକ ପାଇଁ ସେମାନଙ୍କର ସବୁ କାମ ବି କରନ୍ତି । କିନ୍ତୁ ବୁଲା କୁକୁରଙ୍କୁ ପଚାରେ ବା କିଏ । ଏହି ବୁଲା କୁକୁରଙ୍କୁ ଖାଇବା ଦେବା ତ ଦୂର କଥା ପାଖ ପଶିଲେ ତଡ଼ି ଦିଅନ୍ତି ଲୋକେ । କିନ୍ତୁ ଏହି ମହିଳା ଜଣଙ୍କ କୁକୁର ମାନଙ୍କ ଭୋକର ବେଦନାକୁ ମନ ଭିତରୁ ବୁଝିଛନ୍ତି । ପ୍ରତ୍ୟେକ ଦିନ ୧ କେଜି ଚାଉଳରେ ଭାତ ରୋଷେଇ କରି ଖାଇବାକୁ ଦେବା ସହ ସବୁ କଥା ବୁଝନ୍ତି ଏହି ମହିଳା ।

କଟକ ଜିଲ୍ଲାର ଆଠଗଡ଼ ବ୍ଲକ୍ ଅନ୍ତର୍ଗତ ତରଡିଙ୍ଗ ଗାଁର ପୁଷ୍ପଲତା ପରିଡ଼ା, ଅବିବାହିତ ସମୟରେ ବାପ ଘରେ ଥିବା ବେଳେ ନିଜ ଗାଁରେ ରହିଥିବା ବୁଲା କୁକୁରଙ୍କୁ ସେ ଖୁବ୍ ସ୍ନେହ ଆଦର କରୁଥିଲେ, ଆଉ ବିବାହ ପରେ ଶାଶୁ ଘରକୁ ଆସିବା ପରେ ବି ଆଜକୁ ପ୍ରାୟ ପନ୍ଦର ବର୍ଷ ଧରି ଗାଁର ବୁଲା କୁକୁରଙ୍କ ସ୍ନେହରେ ଛନ୍ଦି ହୋଇ ରହିଛନ୍ତି । ଗାଁ ଦାଣ୍ଡରେ ଟିପୁ, ଝଲି, ବୁଢୀ, ରକି, ଝୁମୁରୀ , ଖଣ୍ଡି ଏଭଳି କିଛି ନାଁ ଧରି ଡାକିଦେଲେ ଧାଇଁ ଆସନ୍ତି ଏହି ବୁଲା କୁକୁର ମାନେ । କେବଳ ସେତିକି ନୁହେଁ ସ୍ନେହରେ ପୁଷ୍ପଲତାଙ୍କ ଉପରେ ବେଶ୍ ଗେଲ ହୁଅନ୍ତି ଏହି ବିଶ୍ୱାସୀ ପ୍ରାଣୀ ।

ନିଜ ଘରର ପରିବାର ସଦସ୍ୟ ଭଳି ରୁହନ୍ତି ଏହି ବିଶ୍ବାସୀ ପ୍ରାଣୀ, ପୁଷ୍ପଲତା ଯେଉଁ ଆଡ଼େ ବି ଯାଆନ୍ତି ତାଙ୍କ ପଛରେ ଧାଇଁ ଚାଲନ୍ତି ଏହି ବିଶ୍ୱାସୀ କୁକୁର । ଏଥି ପାଇଁ ବେଶ୍ ଆକ୍ରୋଶର ପାତ୍ର ସହ ସାହି ପଡିଶାରେ ଅନେକ କଟୁ କଥା ବି ଶୁଣିବାକୁ ପଡେ ପୁଷ୍ପଲତାଙ୍କୁ, କିନ୍ତୁ କୁକୁରଙ୍କ ପ୍ରେମରେ ପାଗଳ ପୁଷ୍ପଲତା ସବୁ ସହି ଯାଆନ୍ତି,ସତେ ଯେମିତି ପ୍ରେମ, ଭଲ ପାଇବା ଓ ସ୍ନେହ ଶ୍ରଦ୍ଧାରେ ବନ୍ଧା ହୋଇ ରହିଛନ୍ତି ଏମାନେ । ପୁଷ୍ପଲତା ଗାଁ ର କୌଣସି ସାହି ପଡିଶା ଘରକୁ ଯାଆନ୍ତୁ କି ନଈ ପୋଖରୀକୁ ବା ସନ୍ଧ୍ୟା ସମୟରେ ଗାଁ କୋଠ ଘର ସ୍ଥାନକୁ ସାଥେ ସାଥେ ଯାଆନ୍ତି ଏମାନେ ।

ବିଶ୍ୱାସୀ କୁକୁରଙ୍କୁ ଖାଇବାକୁ ଦେଇ ଖୁସି ପାଆନ୍ତି ପୁଷ୍ପଲତା । ସାରା ଜୀବନ ଏଭଳି ଏମାନଙ୍କ ସେବା କରିବେ ବୋଲି ବି ଲକ୍ଷ୍ୟ ରଖିଛନ୍ତି । ଏଭଳି ଚିନ୍ତାଧାରାକୁ ତାଙ୍କ ସ୍ୱାମୀ ମଧ୍ୟ ସମର୍ଥନ କରନ୍ତି । ନିଜ ପରିବାରକୁ କଷ୍ଟରେ ଚଳାଉଥିଲେ ମଧ୍ୟ କେବେ ଏହି ଭୋକିଲା ଜୀବଙ୍କୁ ଖାଦ୍ୟ ଦେବା ବନ୍ଦ କରିନାହାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.