Below header

ଚୀନରେ ଇସ୍ରାଏଲ୍‌ କୂଟନୀତିଜ୍ଞଙ୍କ ଉପରେ ଛୁରୀରେ ମରଣାନ୍ତକ ଆକ୍ରମଣ, ଆତଙ୍କବାଦୀ ଆକ୍ରମଣ ଆଶଙ୍କା

ଚୀନରେ ଇସ୍ରାଏଲ୍ କୂଟନୀତିଜ୍ଞଙ୍କ ଉପରେ ଛୁରୀରେ ମରଣାନ୍ତକ ଆକ୍ରମଣ ହୋଇଛି। ସୂଚନା ମୁତାବକ, ଚୀନର ରାଜଧାନୀ ବେଜିଂରେ ହୋଇଥିବା ଏହି ଆକ୍ରମଣକୁ ଆତଙ୍କବାଦୀଙ୍କ ଆକ୍ରମଣ ବୋଲି କୁହାଯାଉଛି। ଇସ୍ରାଏଲ୍‌ ବୈଦେଶିକ ମନ୍ତ୍ରଣାଳୟ ଶୁକ୍ରବାର ଟାଇମ୍ସ ଅଫ୍ ଇସ୍ରାଏଲକୁ ଦେଇଥିବା ସୂଚନାରେ ଏହା ନିଶ୍ଚିତ କରିଛି।

ସୂତ୍ରରୁ ଜଣାପଡ଼ିଛି, ଚୀନରେ ଇସ୍ରାଏଲ୍ କୂଟନୀତିଜ୍ଞଙ୍କୁ ଆତଙ୍କବାଦୀ ଆକ୍ରମଣରେ ଛୁରାମାଡ଼ କରାଯାଇଛି। କୂଟନୀତିଜ୍ଞ ବର୍ତ୍ତମାନ ବେଜିଂର ଏକ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ଏବଂ ତାଙ୍କ ଅବସ୍ଥା ସ୍ଥିର ଥିବା କୁହାଯାଉଛି।

ଇସ୍ରାଏଲ୍ ଏବଂ ହମାସ ମଧ୍ୟରେ ବଢ଼ୁଥିବା ତିକ୍ତତା ମଧ୍ୟରେ ବେଜିଂରେ ଏହି ଘଟଣା ଘଟିଛି। ଶୁକ୍ରବାର ଅର୍ଥାତ୍‌ ଆଜି ଇସ୍ରାଏଲ୍ ଏବଂ ହମାସ୍ ‘ହେଟ୍‌ ଡେ’ର ଆହ୍ଵାନ କରିଛନ୍ତି। କୁହାଯାଉଛି ଯେ ଇସ୍ରାଏଲ୍ କୂଟନୀତିଜ୍ଞଙ୍କ ଉପରେ ଆକ୍ରମଣ ପରେ ଇସ୍ରାଏଲ୍ ଏବଂ ଚୀନ୍ ମଧ୍ୟରେ ଥିବା ସମ୍ପର୍କ ଆହୁରି ତିକ୍ତ ହୋଇପାରେ।

କହି ରଖୁଛୁ, ଇସ୍ରାଏଲ-ହମାସ ମଧ୍ୟରେ ଏକ ସପ୍ତାହ ଧରି ଚାଲିଥିବା ଯୁଦ୍ଧରେ ୧୨୦୦ରୁ ଅଧିକ ଇସ୍ରାଏଲ ଏବଂ ୧୫୩୦ ପାଲେଷ୍ଟାଇନ୍‌ଙ୍କ ମୃତ୍ୟୁ ଘଟିଛି। ହଜାର ହଜାର ଲୋକ ଆହତ ହୋଇଥିବା ବେଳେ ହଜାର ହଜାର ଲୋକ ବିସ୍ଥାପିତ ହୋଇଛନ୍ତି। ଏହାରି ଭିତରେ ଆତଙ୍କବାଦୀଙ୍କ ଆକ୍ରମଣ ପରେ ଇସ୍ରାଏଲ୍‌, ଗାଜା ଷ୍ଟ୍ରିପ ଉପରେ ଏକ ବଡ଼ ଧରଣର ଗ୍ରାଉଣ୍ଡ ଆକ୍ରମଣ ପାଇଁ ପ୍ରସ୍ତୁତ ହେଉଛି।

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.