Below header

ଦିଲ୍ଲୀ ନ୍ୟାୟାଳୟରେ ୯୯୦ ପଦବୀ ପାଇଁ ଭର୍ତ୍ତି, ଦରମା ୧ ଲକ୍ଷରୁ ଅଧିକ

ଆବେଦନ ପାଇଁ ଇଚ୍ଛୁକ ଥିବା ପ୍ରାର୍ଥୀ କୌଣସି ମାନ୍ୟତାପ୍ରାପ୍ତ ବୋର୍ଡ ବା ୟୁନିଭରସିଟିରୁ ୧୨ଶ/ଗ୍ରାଜୁଏସନ କରିଥିବା ଜରୁରୀ । ଏହାସହିତ ପ୍ରତି ମିନିଟକୁ ୪୦ଟି ଶବ୍ଦ ଟାଇପିଂ କରିପାରୁଥିବା ଜରୁରୀ ।

ଦିଲ୍ଲୀ ନ୍ୟାୟାଳୟରେ ଚାକିରି ପାଇବାର ସୁବର୍ଣ୍ଣ ସୁଯୋଗ । ୧୨ଶ କିମ୍ବା ଗ୍ରାଜୁଏସନ କରିଥିଲେ ଇଚ୍ଛୁକ ପ୍ରାର୍ଥୀ ତୁରନ୍ତ ଆବେଦନ କରିପାରିବେ । ଏଥିପାଇଁ ରେଜିଷ୍ଟ୍ରେସନ ଆରମ୍ଭ ହୋଇଯାଇଛି । ଖାଲିପଡିଥିବା ୯୯୦ ପଦବୀ ପାଇଁ ରେଜିଷ୍ଟ୍ରେସନ ୧୮ ତାରିଖରୁ ଆରମ୍ଭ ହେଲାଣି । ଆବେଦନ କରିବାର ଶେଷ ତାରିଖ ୮ ଫେବୃଆରୀ ୨୦୨୪ ରହିଛି ।

ଏଥିପାଇଁ ଆବେଦନ କେବଳ ଅନଲାଇନ କରିପାରିବେ । ଇଚ୍ଛୁକ ପ୍ରାର୍ଥୀ ଦିଲ୍ଲୀର ଅଧିନସ୍ଥ ସେନା ଚୟନ ବୋର୍ଡର ଅଫିସିଆଲ ୱେବସାଇଟକୁ ଯିବାକୁ ହେବ । dsssb.delhi.gov.in ଅଧିକ ଜାଣିପାରିବେ ।

ପଦବୀ ବିବରଣୀ : ୯୯୦

ସିନିଅର ପର୍ସନାଲ ଆସିଷ୍ଟାଣ୍ଟ : ୪୧
ଜୁନିଅର ଜୁଡିସିଆଲ ଆସିଷ୍ଟାଣ୍ଟ : ୫୬୬
ପର୍ସନାଲ ଆସିଷ୍ଟାଣ୍ଟ : ୩୮୩

ଜରୁରୀ ତାରିଖ : ଆବେଦନ କରିବାର ଶେଷ ତାରିଖ ୮ ଫେବୃଆରୀ ୨୦୨୪ ରହିଛି ।

ଶିକ୍ଷାଗତ ଯୋଗ୍ୟତା : ଆବେଦନ ପାଇଁ ଇଚ୍ଛୁକ ଥିବା ପ୍ରାର୍ଥୀ କୌଣସି ମାନ୍ୟତାପ୍ରାପ୍ତ ବୋର୍ଡ ବା ୟୁନିଭରସିଟିରୁ ୧୨ଶ/ଗ୍ରାଜୁଏସନ କରିଥିବା ଜରୁରୀ । ଏହାସହିତ ପ୍ରତି ମିନିଟକୁ ୪୦ଟି ଶବ୍ଦ ଟାଇପିଂ କରିପାରୁଥିବା ଜରୁରୀ ।

ବୟସ ସୀମା : ଇଚ୍ଛୁକ ପ୍ରାର୍ଥୀଙ୍କ ବୟସ ୧୮ ରୁ ୩୦ ବର୍ଷ ରହିଛି । ସଂରକ୍ଷିତ ଶ୍ରେଣୀ ପ୍ରାର୍ଥୀଙ୍କୁ ନିୟମ ଅନୁସାରେ ଛାଡ ମିଳିବ ।

ଆବେଦନ ଶୁଳ୍କ : ଏହି ପଦବୀରେ ଆବେଦନ ଅନେକ ପର୍ଯ୍ୟାୟରେ ହେବ । ଲିଖିତ ପରୀକ୍ଷା, ଆପ୍ଟିଟ୍ୟୁଡ ଟେଷ୍ଟ, ଡକ୍ୟୁମେଣ୍ଟ ଭେରିଫିକେସନ ଏବଂ ମେଡିକାଲ ପରୀକ୍ଷା ପରେ ହେବ । ପରୀକ୍ଷା ତାରିଖ ଏବଂ ଅନ୍ୟାନ୍ୟ ଜାଣିବା ପାଇଁ ୱେବସାଇଟ ଚେକ୍‌ କରିପାରିବେ ।

ଦରମା : ଚୟନିତ ପ୍ରାର୍ଥୀଙ୍କୁ ୪୭ ହଜାରରୁ ୧,୫୧,୦୦୦ ମଧ୍ୟରେ ଦରମା ମିଳିବ । ପର୍ସନାଲ ଆସିଷ୍ଟାଣ୍ଟ (ଡିଷ୍ଟ୍ରିକ୍ଟ ଏବଂ ସେସନ କୋର୍ଟ) ପାଇଁ ଦରମା ୪୪,୯୦୦ ରୁ ୧,୪୨,୪୦୦ ଟଙ୍କା ଦରମା ମିଳିବ ।

ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ ଚେକ୍‌ କରନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.