Below header

AAI ରେ ଜୁନିଅର ଏବଂ ସିନିଅର ଏଗଜିକ୍ୟୁଟିଭ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ସରକାରୀ ଚାକିରି ଖୋଜୁଥିବା ଯୁବପିଢିଙ୍କ ପାଇଁ ଖୁସି ଖବର । AAI ରେ ଖାଲିପଡିଛି ଜୁନିଅର ଏବଂ ସିନିଅର ଏଗଜିକ୍ୟୁଟିଭ ପଦବୀ । ୩୪୨ ପଦବୀ ପାଇଁ ତୁରନ୍ତ କରନ୍ତୁ ଆବେଦନ ।

ଚାକିରି ଖୋଜୁଥିବା ଯୁବପିଢିଙ୍କ ପାଇଁ ଖୁସି ଖବର । ଏୟାରପୋର୍ଟ ଅଥରିଟି ଅଫ ଇଣ୍ଡିଆରେ ଖାଲିପଡିଛି ଅନେକ ପଦବୀ । ଏଠାରେ ଜୁନିଅର ଏବଂ ସିନିଅର ଏଗଜିକ୍ୟୁଟିଭ ସମତେ ୩୪୨ ପଦବୀ ଖାଲିପଡିଛି । ଇଚ୍ଛୁକ ପ୍ରାର୍ଥୀ AAI ଅଫିସିଆଲ ୱେବସାଇଟ୍‌ www.aai.aero କୁ ଯାଇ ଅନଲାଇନ ଆବେଦନ କରିପାରିବେ । ଅନଲାଇନ ଆବେଦନ କରିବାର ଶେଷ ତାରିଖ ସେପ୍ଟେମ୍ବର ୪ ରହିଛି ।

ପ୍ରାର୍ଥୀଙ୍କ ଚୟନ ଲିଖିତ ଭାବେ ହେବ । ଲିଖିତ ପରୀକ୍ଷାରେ ପାସ୍‌ ହେବା ପରେ ଡକ୍ୟୁମେଣ୍ଟ ଭେରିଫିକେସନ କିମ୍ବା ଇଣ୍ଟରଭ୍ୟୁ ପାଇଁ ଡକାଯିବ ।

ପଦବୀ ବିବରଣୀ : ୩୪୨

ଜୁନିଅର ଆସିଷ୍ଟାଣ୍ଟ (ଅଫିସର) : ୯
ସିନିଅର ଆସିଷ୍ଟାଣ୍ଟ(ଆକାଉଣ୍ଟାଣ୍ଟ) :୯
ଜୁନିଅର ଏଗଜିକ୍ୟୁଟିଭ (କମନ କ୍ୟାଡର) : ୨୩୭
ଜୁନିଅର ଏଗଜିକ୍ୟୁଟିଭ (ଫାଇନାନ୍ସ) : ୬୬
ଜୁନିଅର ଏଗଜିକ୍ୟୁଟିଭ (ଫାୟାର ସର୍ଭିସ) : ୩
ଜୁନିଅର ଏଗଜିକ୍ୟୁଟିଭ (ଲ) : ୧୮

ଜରୁରୀ ତାରିଖ : ଆବେଦନ କରିବାର ଶେଷ ତାରିଖ ସେପ୍ଟେମ୍ବର ୪ ରହିଛି ।

ବୟସ ସୀମା : ଜୁନିଅର ଆସିଷ୍ଟାଣ୍ଟ ଏବଂ ସିନିଅର ଆସିଷ୍ଟାଣ୍ଟ ପାଇଁ ପ୍ରାର୍ଥୀଙ୍କ ସର୍ବାଧିକ ବୟସ ୩୦ ବର୍ଷ ହେବା ଜରୁରୀ । ସେହିପରି ଜୁନିଅର ଏଗଜିକ୍ୟୁଟିଭ ପାଇଁ ପ୍ରାର୍ଥୀଙ୍କ ସର୍ବାଧିକ ବୟସ ୨୭ ବର୍ଷ ହେବା ଜରୁରୀ । ଅନୁସୂଚିତ ଜାତି, ଜନଜାତି ବର୍ଗର ପ୍ରାର୍ଥୀଙ୍କୁ ୫ ବର୍ଷ ଏବଂ ଓବିସି ପ୍ରାର୍ଥୀଙ୍କୁ ୩ ବର୍ଷ ଯାଏଁ ବୟସ ସୀମାରେ ଛାଡ ମିଳିବ ।

ଦରମା :

ବିଭିନ୍ନ ପଦବୀ ପାଇଁ ଅଲଗା ଅଲଗା ଦରମା ରହିଛି। ତେବେ ଚୟନିତ ପ୍ରାର୍ଥୀଙ୍କୁ ସର୍ବାଧିକ ୧ ଲକ୍ଷରୁ ଅଧିକ ଦରମା ମିଳିବ ।

ଆବେଦନ ଶୁଳ୍କ : ଇଚ୍ଛୁକ ପ୍ରାର୍ଥୀଙ୍କୁ ୧୦୦୦ ଟଙ୍କା ଆବେଦନ ଶୁଳ୍କ ଦେବାକୁ ହେବ । ଅନୁସୁଚିତ ଜାତି/ଜନଜାତି/PWD ପ୍ରାର୍ଥୀଙ୍କୁ ଆବେଦନ ଶୁଳ୍କରେ ଛାଡ ମିଳିବ ।

ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ୍‌ କରନ୍ତୁ :

https://www.aai.aero/sites/default/files/examdashboard_advertisement/New%20Advertisement%20No-%2003-2023.pdf

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.