Below header

ସିଭିଲ ଜଜ୍‌ ପଦବୀ ପାଇଁ ତୁରନ୍ତ କରନ୍ତୁ ଆବେଦନ, ଆଇନରେ ସ୍ନାତକ କରିଥିବା ଜରୁରୀ

ଝାରଖଣ୍ଡ ସିଭିଲ ଜଜ(ଜୁନିଅର ଡିଭିଜନ) ପଦବୀରେ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । ଏଠାରେ ୧୦୦ରୁ ଅଧିକ ପଦବୀ ଖାଲିପଡିଛି । ଆବେଦନ ପାଇଁ ଇଚ୍ଛୁକ ଥିବା ପ୍ରାର୍ଥୀ ଅଫିସିଆଲ ୱେବସାଇଟ୍‌ jpsc.gov.in କୁ ଯାଇ ଆବେଦନ କରିପାରିବେ ।

ଝାରଖଣ୍ଡ ସିଭିଲ ଜଜ(ଜୁନିଅର ଡିଭିଜନ) ପଦବୀରେ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । ଇଚ୍ଛୁକ ପ୍ରାର୍ଥୀ ଖୁବଶୀଘ୍ର ଆବେଦନ କରନ୍ତୁ । ଏଠାରେ ୧୦୦ରୁ ଅଧିକ ପଦବୀ ଖାଲିପଡିଛି । ଆବେଦନ ପାଇଁ ଇଚ୍ଛୁକ ଥିବା ପ୍ରାର୍ଥୀ ଅଫିସିଆଲ ୱେବସାଇଟ୍‌ jpsc.gov.in କୁ ଯାଇ ଆବେଦନ କରିପାରିବେ । ଆବେଦନ କରିବା ପାଇଁ ୨୧ ଅଗଷ୍ଟରୁ ୨୧ ସେପ୍ଟେମ୍ବର ପର୍ଯ୍ୟନ୍ତ ତାରିଖ ଧାର୍ଯ୍ୟ କରାଯାଇଛି ।

ପଦବୀ ବିବରଣୀ : ୧୩୮

ସାମାନ୍ୟ ବର୍ଗ ୬୦, ଅନୁସୂଚିତ ଜନଜାତି ୨୮, ଅନୁସୂଚିତ ଜାତି ୧୨, ପଛୁଆ ବର୍ଗ ୧୦, EWS ୧୩ ରହିଛି ।

ଜରୁରୀ ତାରିଖ : ଆବେଦନ ପାଇଁ ତାରିଖ ୨୧ ଅଗଷ୍ଟରୁ ଆରମ୍ଭ ହେଉଥିବା ବେଳେ ଶେଷ ୨୧ ସେପ୍ଟେମ୍ବରରେ ହେଉଛି ।

ଶିକ୍ଷାଗତ ଯୋଗ୍ୟତା : ଇଚ୍ଛୁକ ପ୍ରାର୍ଥୀ କୌଣସି ମାନ୍ୟତାପ୍ରାପ୍ତ ବୋଡ/ବିଶ୍ୱବିଦ୍ୟାଳୟରୁ ଆଇନରେ ସ୍ନାତକ କରିଥିବା ଜରୁରୀ । ପ୍ରାର୍ଥୀ ଓକିଲ ଭାବେ ରେଜିଷ୍ଟ୍ରେସନ କରିଥିବା ଜରୁରୀ।

ବୟସ ସୀମା : ଆବେଦନ କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀଙ୍କ ବୟସ ୨୨ରୁ ୩୫ ବର୍ଷ ମଧ୍ୟରେ ହୋଇଥିବା ଜରୁରୀ ।

କେମିତି ହେବ ଚୟନ : ଏହି ପଦବୀ ପାଇଁ ଚୟନ ପ୍ରିଲିମ୍ସ ପରୀକ୍ଷା, ମୁଖ୍ୟ ପରୀକ୍ଷା ଏବଂ ସାକ୍ଷାତକାର ଆଧାରରେ ହେବ ।

ଆବେଦନ ଶୁଳ୍କ : ଇଚ୍ଛୁକ ପ୍ରାର୍ଥୀ ଆବେଦନ ଶୁଳ୍କ ଭାବେ ୬୦୦ ଟଙ୍କା ଦେବାକୁ ହେବ । ଅନୁସୂଚିତ ଜନଜାତି ଏବଂ ଅନୁସୂଚିତ ଜାତି ପାଇଁ ୧୫୦ ଟଙ୍କା ଶୁଳ୍କ ରହିଛି ।

ଅଧିକ ଜାଣିବା ପାଇଁ ପ୍ରାର୍ଥୀ ଅଫିସିଆଲ ୱେବସାଇଟ୍‌ ଦେଖିପାରିବେ :

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.