Below header

NTPC ରେ ବମ୍ପର ପଦବୀ ଭର୍ତ୍ତି, ଇଂଜିନିୟରିଂ କରିଥିଲେ ତୁରନ୍ତ କରନ୍ତୁ ଆବେଦନ

ନ୍ୟାସନାଲ ଥର୍ମାଲ ପାଓ୍ଵର କର୍ପୋରେସନରେ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । ନୋଟିଫିକେସନ ଅନୁଯାୟୀ ଏନଟିପିସିର ବିଭିନ୍ନ ବ୍ରାଞ୍ଚରେ ଏଗଜିକ୍ୟୁଟିଭ ଇଂଜିନିୟର ଟ୍ରେନି ପଦବୀ ପାଇଁ ବମ୍ପର ଭର୍ତ୍ତି ହେବ । ଇଚ୍ଛୁକ ପ୍ରାର୍ଥୀ ୨୦ ଅକ୍ଟୋବର ପର୍ଯ୍ୟନ୍ତ ଆବେଦନ କରିପାରିବେ ।

ସରକାରୀ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ନ୍ୟାସନାଲ ଥର୍ମାଲ ପାଓ୍ଵର କର୍ପୋରେସନରେ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । ନୋଟିଫିକେସନ ଅନୁଯାୟୀ ଏନଟିପିସିର ବିଭିନ୍ନ ବ୍ରାଞ୍ଚରେ ଏଗଜିକ୍ୟୁଟିଭ ଇଂଜିନିୟର ଟ୍ରେନି ପଦବୀ ପାଇଁ ବମ୍ବର ଭର୍ତ୍ତି ହେବ । ଏହି ଅଭିଯାନ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି । ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ ୱେବସାଇଟ careers.ntpc.co.in କୁ ଯାଇ ଅନଲାଇନ ଆବେଦନ କରିପାରିବେ । ଇଚ୍ଛୁକ ପ୍ରାର୍ଥୀ ୨୦ ଅକ୍ଟୋବର ପର୍ଯ୍ୟନ୍ତ ଆବେଦନ କରିପାରିବେ ।

ପଦବୀ ବିବରଣୀ : ୪୯୫

ଇଲେକ୍ଟ୍ରିକାଲ : ୧୨୦
ମେକାନିକାଲ : ୨୦୦
ଇଲେକ୍ଟ୍ରୋନିକ୍ସ ଇଷ୍ଟମେଣ୍ଟେସନ : ୮୦
ସିଭିଲ : ୩୦
ମାଇନିଂ : ୬୫

ଜରୁରୀ ତାରିଖ : ଆବେଦନ କରିବାର ଶେଷ ତାରିଖ ୨୦ ଅକ୍ଟୋବର ୨୦୨୩ ରହିଛି ।

ଆବେଦନ ଶୁଳ୍କ : ଇଚ୍ଛୁକ ସାମାନ୍ୟ ଏବଂ ଓବିସି ପ୍ରାର୍ଥୀ ୩୦୦ ଟଙ୍କା ଦେବାକୁ ହେବ । ଏସସି/ଏସଟି/ଦିବ୍ୟାଙ୍କ କୌଣସି ଶୁଳ୍କ ଦେବାକୁ ହେବ ନାହିଁ ।

କେମିତି କରିବେ ଆବେଦନ :

ଆବେଦନ କରିବା ପାଇଁ ଇଚ୍ଛୁକ ପ୍ରାର୍ଥୀ ପ୍ରଥମେ ଏନଟିପିସିର ଅଫିସିଆଲ ୱେବସାଇଟକୁ ଯିବାକୁ ହେବ ।
ଏହାପରେ ହୋମ ପେଜ ଲିଙ୍କ ଉପରେ କ୍ଲିକ୍‌ କରନ୍ତୁ ।
ପ୍ରାର୍ଥୀ ରେଜିଷ୍ଟ୍ର୍ରର କରିବା ପରେ ଲିଙ୍କ ଉପର କ୍ଲିକ୍‌ କରି ପଞ୍ଜିକରଣ କରନ୍ତୁ ।
ଏହାପରେ ଲଗଇନ୍‌ କରି ଆବେଦନ ଫର୍ମ ପୂରଣ କରନ୍ତୁ ।
ଆବେଦନ ଶୁଳ୍କ ଭରନ୍ତୁ ।
ଆବେଦନ ଫର୍ମ ସବମିଟ୍‌ କରିବା ପରେ ଆବେଦନ ଫର୍ମର ଏକ କପି ଡାଉନଲୋଡ କରି ପ୍ରିଣ୍ଟଆଉଟ କାଢି ରଖନ୍ତୁ ।

ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟରେ କ୍ଲିକ୍‌ କରନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.