କ୍ରିକେଟ୍‌ ବିଶ୍ବକପ୍‌: ଆଜି ମୁହାଁମୁହିଁ ହେବେ ଭାରତ-ଆଫଗାନିସ୍ତାନ

ଦିନିକିଆ ବିଶ୍ବକପରେ ଆଜି ଭାରତ-ଆଫଗାନିସ୍ତାନ ଲଢ଼େଇ। ଦିଲ୍ଲୀରେ ଖେଳାଯିବ ମ୍ୟାଚ୍। ପ୍ରଥମ ମ୍ୟାଚରେ ଅଷ୍ଟ୍ରେଲିଆକୁ ହରାଇଥିବାରୁ ଭାରତର ମନୋବଳ ଦୃଢ଼ ରହିଛି। ତେବେ ଇନଫର୍ମ ଓପନର ଶୁବମାନ୍ ଗିଲ ଡେଙ୍ଗୁରେ ପୀଡିତ ଥିବାରୁ ଟିମ୍‌ ପାଇଁ ଟେନସନ ବଢ଼ିଯାଇଛି।

ଭାରତ ଆଗରେ ଆଫଗାନ ସ୍ପିନ୍ ଚ୍ୟାଲେଞ୍ଜ। ଆଜି ବିଶ୍ବକପରେ ଭାରତ-ଆଫଗାନିସ୍ତାନ ଲଢ଼େଇ । ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମରେ ଖେଳାଯିବ ମ୍ୟାଚ୍। ପ୍ରଥମ ମ୍ୟାଚରେ ଅଷ୍ଟ୍ରେଲିଆକୁ ହରାଇଥିବାରୁ ଭାରତର ମନୋବଳ ଦୃଢ଼ ରହିଛି । ଇନଫର୍ମ ଓପନର ଶୁବମନ୍ ଗିଲ ଫିଟ୍ ନହେବା ଦଳ ପାଇଁ ବଡ଼ କ୍ଷତି । ସେ ଆଜି ବି ଖେଳିବେ ନାହିଁ । ଡେଙ୍ଗୁରୁ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ନାହାନ୍ତି । ସେ ଟିମ୍ ଇଣ୍ଡିଆ ସହ ଦିଲ୍ଲୀ ଆସି ନାହାନ୍ତି । ତାଙ୍କ ସ୍ଥାନରେ ରୋହିତଙ୍କ ସହ ଇନିଂସ ଓପନ୍ କରିପାରନ୍ତି ଇଶାନ୍ କିଷାନ । ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ ଖାତା ଖୋଲିବା ପୂର୍ବରୁ ପାଭିଲନ୍ ଫେରିଥିଲେ ରୋହିତ, ଇଶାନ ଓ ଶ୍ରେୟସ ଆୟାର । ଆଫଗାନିସ୍ତାନ ବିପକ୍ଷରେ ତ୍ରୁଟି ସୁଧାରିବାକୁ ପଡ଼ିବ । ଏବେ ବି ଟିମ୍ ଇଣ୍ଡିଆ ପାଇଁ ଚାରି ନମ୍ବର ସମସ୍ୟା ରହିଛି । ଶ୍ରେୟସ ଆୟାର ଅଷ୍ଟ୍ରେଲିଆ ବିପକ୍ଷ ଗୋଟିଏ ଦିନିକିଆରେ ବିସ୍ଫୋରକ ଶତକ ମାରିଥିଲେ ।

ବିଶ୍ବକପରେ ତାଙ୍କୁ ପ୍ରମାଣ କରିବାକୁ ପଡ଼ିବ । ବିରାଟ କୋହଲି ଓ ଲୋକେଶ ରାହୁଲଙ୍କ ଜବରଦସ୍ତ ଫର୍ମ ଟିମ୍ ଇଣ୍ଡିଆର ବଳ ହୋଇଛନ୍ତି । ଶକ୍ତିଶାଳୀ ବୋଲିଂରେ ଘାଇଲା ହେବେ ପ୍ରତିପକ୍ଷ ବ୍ୟାଟର । ରେକର୍ଡ କହୁଛି, ଆଫଗାନିସ୍ତାନ ବିପକ୍ଷରେ ଭାରତରେ ପଲ୍ଲା ଭାରୀ ରହିଛି । କିନ୍ତୁ ଏହାକୁ ହାଲୁକାରେ ନେବ ନାହିଁ ଟିମ୍ ଇଣ୍ଡିଆ । ଦିନିକିଆରେ ଉଭୟ ଦଳ ୩ ଥର ମୁହାଁମୁହିଁ ହୋଇଛନ୍ତି । ଭାରତ ୨ଟିରେ ବିଜୟୀ ହୋଇଥିବା ବେଳେ ଗୋଟିଏ ବି ଜିତିପାରିନି ଆଫଗାନିସ୍ତାନ। ଗୋଟିଏ ମ୍ୟାଚ୍ ଟାଇ ରହିଛି । ୨୦୧୯ ବିଶ୍ବକପରେ ଭଭୟ ଦଳ ଗୋଟିଏ ମ୍ୟାଚ୍ ଖେଳିଥିଲେ । ୧୧ ରନରେ ଜିତିଥିଲା ଟିମ୍ ଇଣ୍ଡିଆ । ଆସନ୍ତା ୧୪ ତାରିଖରେ ପାକିସ୍ତାନ ସହ ଭାରତର ମହା ମୁକାବିଲା ରହିଛି ।